ଭୁବନେଶ୍ୱର : ବିଜେଡିକୁ ତେର୍ଚ୍ଛା ବାଣ ମାରି କଂଗ୍ରେସ ପାଇଁ ଭେଟେରାନ ଭୂପିନ୍ଦରଙ୍କ ବ୍ୟାଟିଂ । ୨୦୨୪ ବିପର୍ଯ୍ୟୟ ନେଇ ବିଜେଡି ଭିତରେ ଆଲୋଚନା ହେଲାନି । ଦଳ ଭିତରେ ଆଲୋଚନା ହୋଇଥିଲେ କାରଣ ଜଣାପଡିଥାନ୍ତା । ବିଜେଡି-ବିଜେପି ସମ୍ପର୍କ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ନ ହେଲେ ଲୋକେ ୩ୟ ବିକଳ୍ପ ଆଡକୁ ଢଳିବେ ତାହା ହେଉଛି କଂଗ୍ରେସ । କଂଗ୍ରେସ ଜାତୀୟ ନେତୃତ୍ୱ ଓଡିଶାରେ ସୁଯୋଗ ଥିବା ଅନୁଭବ କରିଛନ୍ତି । ବାଲେଶ୍ୱର ଘଟଣାରେ ବିଜେଡି ବିରୋଧୀ ଭୂମିକା ନ ହେଲେ ଗ୍ରହଣୀୟତା ରହିବନି । କଂଗ୍ରେସ ସବୁ ପୁରୁଖାଙ୍କୁ ଆମନ୍ତ୍ରଣ କରୁଛି , ସବୁ ଟିମ ଭଳ ଖେଳାଳି ଚାହିଁବେ । କିନ୍ତୁ ମୋ ସହ କେହି ଆଲୋଚନା କରି ନାହାନ୍ତି ।
Views: 90











