ବାଲେଶ୍ୱର : ଏଫଏମ କଲେଜ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ରାଜ୍ୟ ସରକାର ସଠିକ ପଦକ୍ଷେପ ନେଇଛନ୍ତି । ଏହା ଦୁର୍ଭାଗ୍ୟଜନକ ଘଟଣା ଯେତେ ନିନ୍ଦା କଲେ କମ ହେବ । ଶିକ୍ଷକ-ଶିକ୍ଷାର୍ଥୀ ସମ୍ପର୍କରେ ଅବମୂଲ୍ୟାୟନ ହୋଇଛି , ସାମ୍ନା କରିବାକୁ ପଡିବ । ରାଜ୍ୟ ସରକାର ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବେ । ରାଜନୀତି କରିବାର ବେଳ ନୁହେଁ , ଉତ୍ତମ ଚିକିତ୍ସା ଯୋଗାଇବା ପ୍ରାଥମିକତା । ଏହା ଅତି ଦୁର୍ଭାଗ୍ୟ ଜନକ ଘଟଣା। ପୀଡ଼ିତା ପରିବାରଙ୍କୁ ସମବେଦନା ଦେଲି। ଏବେ ସମସ୍ୟା ହେଉଛି ଝିଅଟି ଜଟିଳ ଅବସ୍ଥାରେ ଅଛି। ଡାକ୍ତରଙ୍କ ସହିତ ଆଲୋଚନା କଲି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଏହା ହିଁ ଆମ କାମନା। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି। ଅଧିକାରୀମାନେ ମଧ୍ୟ ତଦାରଖ କରୁଛନ୍ତି। ଏମ୍ସ ମଧ୍ୟ ନିଜର ଦାୟିତ୍ବ ତୁଲାଉଛନ୍ତି। ଯାହା ଉଚିତ୍ ପଦକ୍ଷେପ ହେବ ତାହା ଗ୍ରହଣ କରାଯିବ। ରାଜ୍ୟ ସରକାର ପ୍ରଶାସନିକ ଓ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବେ। ଶିକ୍ଷା ବ୍ୟବସ୍ଥାରେ ଏବେ ଯେଉଁ ପ୍ରଶ୍ନ ଉଠିଛି ଆମକୁ ତାକୁ ସାମ୍ନା କରିବାକୁ ପଡ଼ିବ।
ଶିକ୍ଷକ-ଶିକ୍ଷାର୍ଥୀ ସମ୍ପର୍କରେ ଅବମୂଲ୍ୟାୟନ ହୋଇଛି : ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











