ଭୁବନେଶ୍ୱର : ବିଜେଡି ବିରୋଧରେ ବର୍ଷିଲେ ଅର୍ଚ୍ଚନା ନାଗ । ତାଙ୍କ ଗିରଫଦାରି ପଛରେ ଷଡଯନ୍ତ୍ର ଥିଲା କହିଲେ । ବବି ଦାସ. ମାନସ ମଙ୍ଗରାଜ , ଅମରେଶ ଜେନାଙ୍କ ନାଁ ନେଲେ । ପୋଲିସ ଅଧିକାରୀଙ୍କ ନାଁ ନେଇ ମଧ୍ୟ ଟାର୍ଗେଟ କଲେ । ପ୍ରତୀକ ସିଂ ଓ ପ୍ରକାଶ ପାଲ ମଧ୍ୟ ସମ୍ପୃକ୍ତି ବୋଲି କହିଲେ । ହିମାଂଶୁ ସାହୁ, ତତକାଳୀନ ବାଲିଅନ୍ତା ଆଇଆଇସି ଅନୁପ କାନୁନଗୋ ସମ୍ପୃକ୍ତ । ଏକଥା ନିଜେ ଅଭିଯୋଗକାରିଣୀ ମୋତେ କହିଛନ୍ତି, ତାର ପ୍ରମାଣ ବି ରଖିଛି । ପୋଲିସ ଜେଲ ପରେଡ ବାହାନାରେ ମୋ ପାଖକୁ ଜେଲକୁ ଯାଉଥିଲେ । ମୋତେ ବିଷ ଇଞ୍ଜେକସନ ଦେଇ ହତ୍ୟା ଉଦ୍ୟମ କରିଥିଲେ । ଚା କଫିରେ ବୋଧେ ନିଶା ଦେଉଥିଲେ , ମୁଁ ଶୋଇ ପଢୁଥିଲି । ମାତ୍ର କିଛି ଅଣ୍ଡର ଟ୍ରାଏଲ ଫ୍ରିଜନରଙ୍କ ସହ ଯୋଗରୁ ବଞ୍ଚôଗଲି । ଯଦି ଖଣ୍ଡଗିରି ଥାନାରେ ମାମଲା ଥିଲା , ବାଲିଅନ୍ତା ପୋଲିସ ନେଲା କାହିଁକି ।
ମୋର ଘର ସିସିଟିଭି ହାର୍ଡଡିସ୍କକୁ ପୋଲିସ ନଷ୍ଟ କରିଦେଉଛି । ଯଦି ମୋଠୁ ଜବତ ହେଲା ସବୁ ସ୍ୱିଚ ଅଫ କାହିଁକି କରି ଦିଆଯାଇଥିଲା । ମୁଁ ଯେଉଁ ଅଭିଯୋଗ କରୁଛି ପ୍ରମାଣ ଆଧାରରେ କହୁଛି । ଅଭିଯୋଗକାରିଣୀ ମୋତେ ଏହା କହିବାର ଅଡିଓ ମୋ ପାଖରେ ଅଛି । ବିଜେଡି ତାଙ୍କୁ ଟଙ୍କା ଦିଆଇ କହୁଥିଲା , ଏବେ ଦେଉ ନାହାନ୍ତି କହୁଛି । ମାତ୍ର ମୋର ଆଶଙ୍କା ଏବେବି ବିଜେଡି ତାଙ୍କୁ ଟଙ୍କା ଦେଉଛି । ଜେଲରଙ୍କୁ ମଧ୍ୟ ଟଙ୍କା ଦେଇ କିଣି ଦେଇଥିଲେ , ଏହାର ପ୍ରମାଣ ରହିଛି । ମୋତେ କାହିଁକି ଲେଡି ବ୍ଲାକମେଲର ସଜାଇ ଦିଆଗଲା । ପାଗେଳି ବୋଲି ପିଟିସନ ଲେଖିବାକୁ ବାଧ୍ୟ କରାଯାଇଥିଲା । ବେଲ ପରେ ରାଜ୍ୟ ଛାଡି ଚାଲିଯିବାକୁ କୁହାଯାଇଥିଲା । ଏ ନେଇ ବିଜେଡି ନେତା କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।











