ଭୁବନେଶ୍ୱର : ରଥଯାତ୍ରା ଅଘଟଣକୁ ନେଇ ଟାର୍ଗେଟ କଲେ ରାହୁଲ । ଅଦାନୀ ପାଇଁ ରଥକୁ ରୋକାଯାଉଛି କହିଲେ ରାହୁଲ । ଏହା ଆପଣଙ୍କର ସରକାର ନୁହେଁ , ଆଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର । ଓଡିଶାରେ ୪୦ ହଜାରରୁ ଉଦ୍ଧ୍ୱର୍ ମହିଳା ଗାଏବ ହୋଇଛନ୍ତି । ଏମାନେ କୁଆଡେ ଗଲେ କେହି ଜାଣି ନାହାନ୍ତି । ହାର ଲକ୍ଷ୍ୟ ଆପଣଙ୍କ ଜମି, ଜଙ୍ଗଲ ଆଉ ଭବିଷ୍ୟତକୁ ଚୋରି କରିବା । ଆପଣଙ୍କ ସରକାର ଓଡ଼ିଶା ଯୁବକଙ୍କ ପାଇଁ କେତେ ରୋଜଗାର ସୃଷ୍ଟି କରିଛନ୍ତି ? ବଡ ବଡ଼ କମ୍ପାନି ଆସୁଛନ୍ତି ଆପଣଙ୍କ ଜମି ନେଇଯାଉଛନ୍ତି, ଧନ ନେଇଯାଉଛନ୍ତି ଆପଣଙ୍କ ଖଣି ନେଇଯାଉଛନ୍ତି ଆପଣଙ୍କୁ କେତେ ରୋଜଗାର ଦେଉଛନ୍ତି? ରାହୁଲ କହିଛନ୍ତି, ଓଡ଼ିଶା ସରକାରଙ୍କ କାମ ଓଡ଼ିଶାର ଧନ ଗରିବ ଲୋକଙ୍କଠାରୁ ଚୋରି କରିବା । ପ୍ରଥମେ ବିଜେଡି ଏହି କାମ କରୁଥିଲା ଆଉ ଏବେ ବିଜେପି ଏହି କାମ କରୁଛି । ଓଡିଶାର ଗରିବ ଲୋକ, ଦଳିତ, ଚାଷୀ, ମଜୁରିଆ ଗୋଟିଏ ଅନ୍ୟପଟେ ୫ରୁ ୬ ଜଣ ଆରବପତି, ବିଜେପି ସରକାର, ଏମାନଙ୍କ ଭିତରେ ଲଢେଇ ହେଉଛି । ଆଉ କଂଗ୍ରେସ ଓଡ଼ିଶା ଜନତାଙ୍କ ସହ ମିଶି ଏହି ଲଢେଇ ଜିତିବ । ବିକାଶ ଆରବପତିଙ୍କ ପାଇଁ ନୁହେଁ ବିକାଶ ଓଡ଼ିଶା ଜନତାଙ୍କ ପାଇଁ କରାଯିବା ଦରକାର । ଏଠାକାର ସରକାର ଆପଣଙ୍କ ଧନ, ଜନ, ଭୂମି ଲୁଟିବାରେ ଲାଗିଛି । କ୍ଷତିପୂରଣ ନଦେଇ ଡରାନ୍ତି, ଧମକ ଦିଅନ୍ତି । ଆଦିବାସୀ, ଚାଷୀ, ଗରିବ ଯାହା ଉପରେ ସରକାର ଅତ୍ୟାଚାର କରୁଛନ୍ତି ତାଙ୍କ ସହ କଂଗ୍ରେସ ଛିଡ଼ା ହେବ, ମୁଁ ଛିଡ଼ା ହେବି । ଆଉ ଆଦିବାସୀଙ୍କୁ ପଟ୍ଟା ଆପଣଙ୍କୁ କଂଗ୍ରେସ ହିଁ ଦେବ ବୋଲି ରାହୁଲ କହିଛନ୍ତି ।
ରଥଯାତ୍ରା ଅଘଟଣକୁ ନେଇ ଚାର୍ଗେଟ, କହିଲେ ଆଦାନୀ ପାଇଁ ରଥକୁ ରୋକାଯାଉଛି
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











