ନୂଆଦିଲ୍ଲୀ : ବ୍ରାଜିଲରେ ପ୍ରଧାନମନ୍ତ୍ରୀ ମୋଦି । ଆର୍ଜେଣ୍ଟିନା ଗସ୍ତ ସାରି ବ୍ରାଜିଲରେ ପହଞ୍ଚିଲେ ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଚତୁର୍ଥ ବ୍ରାଜିଲ ଗସ୍ତ ହୋଇଥିବାବେଳେ ସେଠାରେ ତାଙ୍କୁ ପାରମ୍ପରିକ ନୃତ୍ୟରେ ସ୍ୱାଗତ କଲେ ପ୍ରବାସୀ ଭାରତୀୟ । ଏଥି ସହ ଅନେକ ଚର୍ଚ୍ଚା ମଧ୍ୟ କରିଛନ୍ତି । ବ୍ରାଜିଲରେ ହେଉଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏଥିରେ ମୁଖ୍ୟ ଏଜେଣ୍ଡା ରହିବ ଭାରତର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ସମ୍ପର୍କରେ ଆଲୋଚନା ।ପାକିସ୍ତାନ କରିଥିବା ଏହି ଆକ୍ରମଣରେ ଅନ୍ୟ ଦେଶମାନଙ୍କର ପ୍ରତିକ୍ରିୟା କ’ଣ ରହିଛି, ସେହି ସମ୍ପର୍କରେ ଆଲୋଚନା କରାଯିବ ।
Views: 11