The Ultimate Managed Hosting Platform
ADVERTISEMENT

ରାମଗିରିରେ ରେଜାଙ୍ଗଲା ସହିଦ ମାଟି କଳସକୁ ସ୍ୱାଗତ ସମ୍ବର୍ଦ୍ଧନା

Facebook
Twitter
LinkedIn

ଗଜପତି / ରାମଗିରି (ଅଜିତ କୁମାର ପରିଛା ) : ଲଦାଖ ସ୍ଥିତ ରେଜାଙ୍ଗଲା ସହିଦ ମାଟିରୁ ବାହାରିଥିବା କଳସ ଯାତ୍ରାକୁ ଗତକାଲି ସୋମବାରରେ ରାମଗିରି ଗୋପାଳ ସମାଜ ପକ୍ଷରୁ ହାଟପଦା ସ୍ଥିତ ଗାନ୍ଧୀ ଛକ ଠାରେ ସ୍ବାଗତ କରାଯାଇଥିଲା । ସ୍ଥାନୀୟ ଜନପ୍ରତିନିଧ୍, ବୁଦ୍ଧିଜୀବୀ, ଗୋପାଳ ସମାଜ କାର୍ୟ୍ୟକର୍ତ୍ତା ଓ ଗୌଡ଼ ସାହିର ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ନାମ ସଂକୀର୍ତନ ସହ ଯୋଗଦେଇ ସହିଦ ପୀଠରୁ ଆସିଥିବା କଳସକୁ ଶୋଭାଯାତ୍ରାରେ ହାଟପଦା ଠାରୁ ରାମଗିରି ନଗର ପରିକ୍ରମା କରାଇଥିଲେ । ପରେ ଗୌଡ଼ସାହି ସ୍ଥିତ ଗୋପାଳ କୋଠଘର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକରେ ଗୋପାଳ ସମାଜ ପକ୍ଷରୁ ସରକାରଙ୍କ ନିକଟରେ କରାଯାଇଥିବା ଅହୀର ରେଜିମେଣ୍ଟ ସ୍ଥାପନ, ଜନଗଣନା ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥା ଦାବି ଉପରେ ଆଲୋଚନା କରାଯାଇଥିଲା ।

କାର୍ୟ୍ୟକ୍ରମରେ ନିଖିଳ ଓଡିଶା ଯାଦବ ମହାସଂଘର ଯୁବ ସଭାପତି ଅମର ନାୟକ , ଗଞ୍ଜାମ ଜିଲ୍ଲା ବଡଖେମୁଣ୍ଡି ତାଳୁକାର ସଭାପତି ତଥା ରାଜ୍ୟ ଯାଦବ ମହାସଂଘ ସମ୍ପାଦକ ମୋହନ ମହାଙ୍କୁଡ , ରାଜ୍ୟ ଯାଦବ ମହାସଂଘ ଉପ ସଭାପତି ହୃଷିକେଶ ଗୌଡ଼ , ଗଜପତି ଜିଲ୍ଲା ଯାଦବ ସମାଜ ସଭାପତି ଖଦାଳ ଗୌଡ଼ , ଯାଦବ ଜାତିର ଆଜିର ମୁଖ୍ୟ ଆକର୍ଷଣ ଥିଲେ ରା. ଉଦୟଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋରିମନ ଖର୍ଷେଲ , ରାମଗିରି ଥାନା ଅଧିକାରୀ ଡି. ଗଜପତି ଦୋରା ମଞ୍ଚାସିନ ଥିବବେଳେ ଜିଲ୍ଲାର ସମସ୍ତ ପରିଚାଳନା ପରିଷଦ ର ସମସ୍ତ କର୍ମକର୍ତ୍ତା ଓ ରାମଗିରି , ଗୁମ୍ମା ତାଳୁକାର ସମସ୍ତ କର୍ମକର୍ତ୍ତା ଓ ମୁଠା ଅଧିକାରୀଙ୍କ ସମେତ ବହୁ ଗୋପାଳ ସମାଜ ସଦସ୍ୟ ଯୋଗ ଦେଇଥିଲେ କ୍ଷ ଉକ୍ତ କାର୍ୟ୍ୟକ୍ରମକୁ ଆନନ୍ଦ ଗୌଡ଼ , ତାରିଣୀ ଚରଣ ଗୌଡ଼ , ରାଜେଦ୍ର ଗୌଡ଼ , ବଲ୍ଲଭ ଗୌଡ଼ ଓ ଅଭିରାମ ଚୌଧୁରୀ ପରିଚାଳନା କରିଥିବାବେଳେ ଗୌଡ଼ ସାହିର ସମସ୍ତ ଯୁବକ ଏବଂ ବ୍ୟକ୍ତିବିଶେଷ ମାନେ ସହଯୋଗ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login