ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ । “ଦ ଅଫିସର ଅଫ ଦ ଅର୍ଡର ଅଫ ଦ ଷ୍ଟାର ଅଫ ଘାନା” ରେ ସମ୍ମାନିତ । ପିଏମ ମୋଦିଙ୍କୁ ସମ୍ମାନିତ କଲେ ଘାନା ରାଷ୍ଟ୍ରପତି ଜନ୍ ଦ୍ରାମାନି ମହାମା । ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ କହିଲେ ମୋଦି । ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୪ଟି ଚୁକ୍ତି ସ୍ୱାକ୍ଷରିତ । ଏହି ବୈଠକ ପରେ, ଉଭୟ ଦେଶ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ‘ବ୍ୟାପକ ସହଭାଗୀତା’ ସ୍ତରର ଉନ୍ନତି ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଲୋଚନା ପରେ ମୋଦି କହିଛନ୍ତି ଯେ ଭାରତ ଏବଂ ଘାନା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରଖିଛନ୍ତି । ପାରସ୍ପରିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ଚୁକ୍ତିନାମାରେ ସାଂସ୍କୃତିକ ବିନିମୟ କାର୍ୟ୍ୟକ୍ରମ, ପାରମ୍ପରିକ ଔଷଧରେ ସହଯୋଗ, ମାନକୀକରଣ ଏବଂ ପ୍ରମାଣପତ୍ର ସହଯୋଗ, ସ୍ଥାୟୀ ମିଳିତ କମିଶନ ପ୍ରତିଷ୍ଠା କରିବାକୁ ଏହି ଚୁକ୍ତିନାମା ମାଧ୍ୟମରେ ନିଷ୍ପତ୍ତି ନେଇଛନ୍ତି ।
ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ଟ୍ୱିଟ୍ କରିଛନ୍ତି ଯେ, “ଘାନାର ଆକ୍ରାରେ ପହଞ୍ଚିବା ପରେ ବିମାନବନ୍ଦରରେ ମୋତେ ସ୍ୱାଗତ କରିବା ପାଇଁ ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ପହଞ୍ଚି ଥିଲେ । ଯାହା ରାଷ୍ଟ୍ରପତି ଡନଙ୍କ ବିଶେଷ ଆଗ୍ରହ ପାଇଁ ମୁଁ ସମ୍ମାନିତ ବୋଲି ମୋଦି କହିଥିଲେ । ଆମ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କକୁ ମଜବୁତ କରିବା ଏବଂ ଏକ ରାସ୍ତା ଖୋଜି ଏକାଠି କାମ କରିବାକୁ ଦୁଇ ଦେଶ ଅପେକ୍ଷା କରିଛନ୍ତି ।
ମୋଦିଙ୍କୁ ଘାନାର ସର୍ବୋଚ୍ଚ ସମ୍ମାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











