ମୁମ୍ବାଇ : ଅଭିନେତ୍ରୀ ଶେଫାଳୀଙ୍କ ପରଲୋକ । ୪୨ ବର୍ଷ ବୟସରେ ଦେହ ତ୍ୟାଗ କରିଛନ୍ତି ଶେଫାଳୀ । ତାଙ୍କ ମୃତ୍ୟୁ ସମ୍ପର୍କରେ ଅନେକ ଗଣମାଧ୍ୟମ ରିପୋର୍ଟ ଦାବି ହେଉଛି । ଭାଇରାଲ୍ ଇନଷ୍ଟାଗ୍ରାମ୍ ପୋଷ୍ଟରୁ ଶେଫାଳିଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ମଧ୍ୟ ମିିଳିଛି। ଶେଫାଳି ମୁମ୍ବାଇର ଅନ୍ଧେରୀ ଲୋଖଣ୍ଡୱାଲା ଅଞ୍ଚଳରେ ରହୁଥିଲେ। ହଠାତ୍ ରାତି ପ୍ରାୟ ୧୧ଟା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରିଥିଲେ । ତଥାପି, ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ। ଶେଫାଳି ଲୋକପ୍ରିୟ ରିଆଲିଟି ଶୋ ବିଗ୍ ବସ୍ ୧୩ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ଜଣେ ମଡେଲର ଥିଲେ । ତାଙ୍କ ନୃତ୍ୟ ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଥିଲେ।
Views: 12