ବେଙ୍ଗାଲୁର : ବେଙ୍ଗାଲୁର ଦଳାଚକଟା ଘଟଣାରେ କର୍ଣ୍ଣାଟକ ସରକାରଙ୍କ ବଡ ବୟାନ । ଆଜି ଶୁଣାଣିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡକୁ ସିଧାସଳଖ ଦାୟୀ କରିଛନ୍ତି କର୍ଣ୍ଣାଟକ ସରକାର ।
ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ସରକାର ଏନେଇ ହାଇକୋର୍ଟକୁ କହିଛନ୍ତି ଯେ, ଏହି କାର୍ୟ୍ୟକ୍ରମ ପାଇଁ କୌଣସି ଅନୁମତି ନିଆଯାଇ ନଥିଲା ଏବଂ ଆୟୋଜକମାନେ ସୋସିଆଲ ମିଡିଆ ମାଧ୍ୟମରେ “ସାରା ବିଶ୍ୱକୁ ନିମନ୍ତ୍ରଣ” କରିଥିଲେ । ୧ ଘଣ୍ଟା ପୂର୍ବରୁ ଅନୁମତି ମିଳିଥିଲା । ଘଟଣା ସହିତ ଜଡିତ ଗିରଫଦାରୀର ବୈଧତାକୁ ଚ୍ୟାଲେଞ୍ଜ କରିଥିବା ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେଙ୍କ ସମେତ ଚାରି ଜଣଙ୍କ ଦ୍ୱାରା ଦାଖଲ ଆବେଦନର ପୁନଃ ଶୁଣାଣି ସମୟରେ ଏହି ଆବେଦନ ଆସିଥିଲା । ବିଚାରପତି ଏସ୍.ଆର୍. କୃଷ୍ଣ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।
Views: 28