ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧିହେଲେ ଅଖିଳ ଆକ୍କିନେନି । ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ସାନ ପୁଅ ଅଖିଳ ଆକ୍କିନେନି ଜୈନବ ରାୱଦଜୀଙ୍କୁ ବିବାହ କରିଥିବା ସୂଚନା ମିଳୁଛି । ଆଜି ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବର୍ତ୍ତମାନ ନବଦମ୍ପତ୍ତିଙ୍କ ବାହାଘର ଫଟୋ ଭାଇରଲ ହେବାରେ ଲାଗିଛି । ହାଇଦ୍ରାବାଦରେ ବିବାହ ରେ ବିବାହ ସମ୍ପନ୍ନ ହୋଇଛି । ବିବାହ ଉତ୍ସବ ପାଇଁ ଦୁହେଁ ତେଲୁଗୁ ପୋଷାକ ପିନ୍ଧିଥିଲେ। କନ୍ୟା ଜୈନବ ଏକ ପାଷ୍ଟେଲ ଆଇଭରି ସିଲ୍କ ଶାଢ଼ି ଏବଂ ସୁନା ବ୍ଲାଉଜ୍ ରେ ବହୁତ ସୁନ୍ଦର ଦେଖାଯାଉଥିଲେ ଏବଂ ସେ ଏହା ସହିତ ପାରମ୍ପରିକ ସୁନା ଅଳଙ୍କାର ପିନ୍ଧିଥିଲେ। ମାଙ୍ଗ ଟିକା ଏବଂ ହାର ପିନ୍ଧି, ଜୈନବ ଗୋଟିଏ ଅପସରା ଭଳି ନିଜକୁ ସଜାଇଥିଲେ । ସେହି ସମୟରେ, ଅଖିଲ ଏକ ସରଳ ଆଇଭରି କୁର୍ତ୍ତା ଏବଂ ଧୋତି ପିନ୍ଧି ତାଙ୍କର ଲୁକ୍ ସମାପ୍ତ କରିଥିଲେ। ଅଖିଳଙ୍କ ଭାଇ ନାଗା ଚୈତନ୍ୟ ଏବଂ ଭାଉଜ ସୋଭିତା ଧୂଲିପାଲା ବିବାହ ଉତ୍ସବରେ ଉପସ୍ଥିତ ଥିଲେ। ଚିରଞ୍ଜିବୀ, ରାମ ଚରଣ ଏବଂ ପ୍ରଶାନ୍ତ ନୀଲ ଭଳି ସେଲିବ୍ରିଟି ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ। ବିବାହକୁ ନେଇ ସମସ୍ତେ ମଜା କରୁଥିବା ନଜର ଆସିଛି ।
ବିବାହ ବନ୍ଧନରେ ବାନ୍ଧିହେଲେ ଅଖିଳ ଆକ୍କିନେନି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











