ନୂଆଦିଲ୍ଲୀ : ରେପୋ ରେଟ ୫୦ ବେସିସ ପଏଣ୍ଟ ହ୍ରାସ କଲା ଆରବିଆଇ । ଲଗାତାର ତୃତୀୟ ଥର ରେପୋ ରେଟ ହ୍ରାସ । ରେପୋ ରେଟ ୬ ପ୍ରତିଶତରୁ ୫.୫୦ପ୍ରତିଶତ ହ୍ରାସ ପାଇଲା । ଘର ଓ କାର ଲୋନ ସମତେ ବିଭିନ୍ନ ଇଏମଆଇ କମିବ । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସୂଚନା । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବା ଆର୍ବିଆଇର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମ୍ପିସି) ଜୁନ୍ ୪ରେ ଆରମ୍ଭ ହୋଇଥିବା ଏହାର ତିନି ଦିନିଆ ବୈଠକ ସମାପ୍ତ କରିବା ପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି।”ବିକଶିତ ହେଉଥିବା ମାକ୍ରୋଇକୋନୋମିକ୍, ଆର୍ଥିକ ବିକାଶ ଏବଂ ଆଗାମୀ ଆର୍ଥିକ ଦୃଷ୍ଟିକୋଣର ବିସ୍ତୃତ ମୂଲ୍ୟାଙ୍କନ ପରେ ୫୦ ବେସିସ୍ ପଏଣ୍ଟ ହ୍ରାସ କରି ୫.୫%ରେ ପହଞ୍ଚିଛି ରୋପା ହାର। ଗତ ଏପ୍ରିଲ ମାସରେ ୨୫ ବେସିସ୍ ପଏଣ୍ଟ ହ୍ରାସ ହୋଇଥିବା ବେଳେ ଲଗାତାର ତୃତୀୟ ଥର ପାଇଁ ହାର ହ୍ରାସ ପାଇଛି।
Views: 85











