ନୂଆଦିଲ୍ଲୀ : ଅଗଷ୍ଟ ୩ ତାରିଖରେ ହେବ ନିଟ ପିଜି ପରୀକ୍ଷା । ନୂଆ ତାରିଖରେ ପରୀକ୍ଷାକୁ ସୁପ୍ରିମକୋର୍ଟଙ୍କ ସହମତି । ତାରିଖ ଘୁଞ୍ଚାଇବା ଆବେଦନକୁ କୋର୍ଟଙ୍କ ମଞ୍ଜୁରୀ । ଅଗଷ୍ଟ ୩ରେ ଗୋଟିଏ ସିଫ୍ଟରେ ହେବ ପରୀକ୍ଷା । ଜୁନ ୧୫ରେ ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିଲା । ପୂର୍ବରୁ ଦୁଇଟି ସିଫ୍ଟରେ ପରୀକ୍ଷା ହେବାର ରହିଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଗୋଟିଏ ସିଫ୍ଟରେ କରିବାକୁ ନିର୍ଦ୍ଦେଶ ଦେବା ପରେ ପରୀକ୍ଷା ସ୍ଥଗିତ ରହିଥିଲା । ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମାସିହଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଅନୁମତି ପ୍ରଦାନ କରିଛନ୍ତି । କୌଣସି ପରିସ୍ଥିତିରେ ପରୀକ୍ଷା ଘୁଞ୍ଜାଯିବ ନାହିଁ ବୋଲି ବେଞ୍ଚ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଗତ ମେ’ ୩୦ ତାରିଖରେ ପରୀକ୍ଷା ସଙ୍ଗିଲ୍ ସିଟିଂ କରାଯିବା ନିଷ୍ପତ୍ତି ପାଇଁ ସୁପ୍ରିମକୋର୍ଟ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ କରିଥିଲେ ।
Views: 46











