ନୂଆଦିଲ୍ଲୀ : ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ସପ୍ତାହରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଚି ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ଆସନ୍ତା ସପ୍ତାହର ଶେଷ କିମ୍ବା ପରବର୍ତ୍ତି ସପ୍ତାହରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବର୍ଷା ହୋଇପାରେ । ଏନେଇ ପୂର୍ବାନୁମାନ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକଲ୍ସ ।
ସେହପରି ଆସନ୍ତା ସପ୍ତାହରେ ଦକ୍ଷିଣ ଚୀନ ସାଗରରେ ଘୂର୍ଣ୍ଣିଝଡ଼ ସୃଷ୍ଟିର ହୋଇପାରେ ବୋଲି କହିଛନ୍ତି ଜାସନ ନିକଲ୍ସ । ସେପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାକୁ ଅଗ୍ରସର ହେବା ପରେ ନିଷ୍କ୍ରିୟ ରହିଛି । ଚଳିତ ସପ୍ତାହରେ ଏହାର ଅଗ୍ରଗତି ନେଇ ମଧ୍ୟ କୌଣସି ସମ୍ଭାବନା ନାହିଁ । ଫଳରେ ଚଳିତ ବର୍ଷ ସଅଳ ମୌସୁମୀ ଆସିଥିଲେ ମଧ୍ୟ ପୂର୍ବ ଭଳି ଜୁନ୍ ୧୦ ପରେ ବା ରଜ ବେଳକୁ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି।
Views: 45