କେନ୍ଦୁଝର : ଘର ଭିତରେ କୁନି ଝିଅକୁ ଛାଡି ଝୁଲି ପଡିଲେ ବାପାମା’ । ସଦର ଥାନା ଯୋଗୀ ମଠ ଗାଁରେ ଦମ୍ପତିଙ୍କ ଝୁଲନ୍ତା ମୃତଦେହ । ଘର ପାଖ ଗଛରେ ଝୁଲି ରହିଛି ଦମ୍ପତିଙ୍କ ମୃତଦେହ । ପାରିବାରିକ କାରଣରୁ ଆତ୍ମହତ୍ୟା ସନେ୍ଦହ କରାଯାଉଛି । ମୃତକ ସ୍ଥାନୀୟ ଯୋଗୀମଠ ଗ୍ରାମର ରଇବୁ ମୁଣ୍ଡା ଓ ଗୌରୀ ମୁଣ୍ଡା । ଉଭୟଙ୍କର ଏକ ୫ ମାସର ଶିଶୁକନ୍ୟା ରହିଛି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । କେଉଁ କାରଣକୁ ନେଇ ଏଭଳି ଘଟଣା ଘଟିଲା ତାକୁ ନେଇ ପୋଲିସର ତଦନ୍ତ ଜାରି ।
Views: 49