ଯାଜପୁର : ନିଖୋଜ ବିଜେପି ନେତ୍ରୀଙ୍କ ଏବେ ଯାଏ ପତ୍ତା ମିଳୁନି । ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସହ ପରିବାରର ୪ ଜଣ ନିଖୋଜ । ଇତିଶ୍ରୀ ସହ ତାଙ୍କ ବଡପୁଅ, ଭାଇଭାଉଜ ନିଖୋଜ ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଓଡିଶାର ଏକ ରେସକ୍ୟୁ ଟିମ ସାମିଲ ରହିଛି । ଗୁରୁବାର ସିକ୍କିମର ହିଲ ଟପକୁ ବୁଲିବାକୁ ଯାଇଥିଲେ ଇତିଶ୍ରୀ । ଘଟଣାସ୍ଥଳରେ ଇଣ୍ଡୋ-ତିବତ୍ ବର୍ଡର ପୁଲିସ, ଭାରତୀୟ ସେନା, ଏନ୍ଡିଆର୍ଏଫ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ ହେଁ ନିଖୋଜଙ୍କର ସନ୍ଧାନ ମିଳିନାହିଁ। ସ୍ଥାନୀୟ ଏସ୍ପି ସୋମ୍ ଡେଚୁ ଭୂତିଆଙ୍କ ସୂଚନା ମୁତାବକ ଉକ୍ତ ଗାଡ଼ିରେ ଚାଳକଙ୍କ ସମେତ ୧୧ ଜଣ ପର୍ୟ୍ୟଟକ ଥିଲେ। ଜଣଙ୍କର ମୃତଦେହ ମିଳିଥିବା ବେଳେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ୮ ନିଖୋଜଙ୍କୁ ଖୋଜିବା ପାଇଁ ଅଭିଯାନ ଜାରି ରହିଛି। ଆହତ ଦୁଇଜଣଙ୍କୁ ଗ୍ୟାଙ୍ଗ୍ଟକ୍ର ଏସ୍ଟିଏନ୍ଏମ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଉକ୍ତ ରାସ୍ତାରେ ଯାତ୍ରା ନ କରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏବେ ଯାଏଁ ମିଳିନି ନିଖୋଜ ବିଜେପି ନେତ୍ରୀଙ୍କ ପତ୍ତା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











