କନ୍ଧମାଳ : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଅଟୋ । ଅଟୋ ଓଲଟି ୪ ଗୁରତର ଓ ୮ ଜଣ ଆହତ । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବରେପାଙ୍ଗା ଛକ ନିକଟରେଦେଖିବାକୁ ମିଳିଛି । ଘଟଣାସ୍ଥଳରୁ ଗୁରୁତରମାନଙ୍କୁ ଫୁଲବାଣୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ ଦିଗି ଗାଁରୁ ଭୋଜି ଖାଇ କତିଙ୍ଗିଆ ଫେରୁଥିବାବେଳେ ବରେପାଙ୍ଗା ଛକ ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡିଥିଲା । ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
Views: 28