ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା । ବୁଡିଲା ରାସ୍ତାଘାଟ । ରାସ୍ତାଘାଟରେ ପାଣି ଜମିବାରୁ ଗମନାଗମନ ପ୍୍ରଭାବିତ । ଝଡ ତୋଫାନରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ । ଖରାପ ପାଗ ଯୋଗୁଁ ୧୦୦ରୁ ଉଦ୍ଧ୍ୱର୍ ବିମାନ ଉଡାଣ ପ୍ରଭାବିତ । ୨୫ଟି ବିମାନ ଗତିପଥରେ ପରିବର୍ତ୍ତନ ସୂଚନା । ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ୧ରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ବିମାନବନ୍ଦର ଚାରିପାଖରେ ପ୍ରବଳ ପାଣି ଜମି ରହିଛି । ବର୍ଷା ଯୋଗୁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ବି ସୃଷ୍ଟି ହୋଇଛି । ଝଡ଼ ଏବଂ ବର୍ଷା ଯୋଗୁ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦୦ରୁ ଅଧିକ ବିମାନ ଯାତ୍ରା ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ୨୫ରୁ ଅଧିକ ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିଛି । ଅନେକ ବିମାନ ଆସିବାକୁ ବି ବିଳମ୍ବ ହେଉଛି । ବିଭିନ୍ନ ସ୍ଥାନରେ ଗଛ ପଡ଼ିଛି । ଷ୍ଟ୍ରିଟ ଲାଇଟ ଜଳୁନାହିଁ । ବିଦ୍ୟୁର ଯୋଗାଣ ବାଧାପ୍ରାପ୍ତ ହୋଇଛି । ବହୁତ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ହୋଇଛି । ଶନିବାର ରାତିରୁ ଏହି ବର୍ଷା ଲାଗି ରହିଛି ।
ଦିଲ୍ଲୀରେ ପ୍ରବଳ ବର୍ଷା ; ବିମାନ ଉଡାଣ ପ୍ରଭାବିତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତ ଆସିବେ ରୁଷ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ...
୩ ଦୁଷ୍କର୍ମୀଙ୍କୁ ଆଜୀବନ
ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...
ସାରା ଦେଶରେ ଭୋଟ ଚୋରି : ରାହୁଲ
ନୂଆଦିଲ୍ଲୀ : ପୁଣି ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାରା ଦେଶରେ ଭୋଟ ଚୋରି ହେଉଥିବା କହି ବର୍ଷିଲେ । ଭୋଟର ଲିଷ୍ଟରେ...
ବାପ-ଝିଅ ଉପରେ ମାଡିଗଲା ହାଇୱା
ପାରାଦୀପ : ବାଇକ ଉପରେ ମାଡିଗଲା ହାଇୱା । ବାପ ,ଝିଅଙ୍କର ଚାଲିଗଲା ଜୀବନ । କଟକ-ପାରାଦୀପ ରାସ୍ତା କୋଠିଆସାହି ଛକରେ ଦୁର୍ଘଟଣା । ଦୁର୍ଘଟଣା ପରେ...