The Ultimate Managed Hosting Platform
ADVERTISEMENT

ବିବାଦ ଘେରରେ ଓଡିଆ ୟୁଟ୍ୟୁବର ଲବ ହାଁସଦା ; ପ୍ରେମିକା ଜୀବନ ହାରିବା ପରେ ମିଳୁନି ପତ୍ତା । ଅଭିଯୋଗ ଆଣିଲେ ପରିବାର ଲୋକେ

Facebook
Twitter
LinkedIn

ଭୁବନେଶ୍ୱର : ବିବାଦ ଘେରରେ ଓଡିଆ ୟୁଟ୍ୟୁବର ଲବ ହାଁସଦା । ଓଡ଼ିଆ ୟୁଟ୍ୟୁବର ଲବ ହାଁସଦାଙ୍କୁ ଖୋଜୁଛି ବେଙ୍ଗାଳୁରୁ ପୋଲିସ । ପ୍ରେମିକା ଜୀବନ ହାରିବା ମାମଲାରେ ଲବଙ୍କ ନାଁରେ ବେଙ୍ଗାଲୁରୁର ଏଚଏସଆର ଲେଆଉଟ ଥାନାରେ ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାପରେ ଲବଙ୍କ ପତ୍ତା ମିଳୁନି । ଲବ ହାଁସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଜୀବନ ହାରିଥିଲେ । ଏଥିପାଇଁ ଲବଙ୍କୁ ଦାୟୀ କରିଛନ୍ତି ମୃତ ସୋଲମୀଙ୍କ ଭାଇ । ଲବଙ୍କ ପ୍ରେମିକା ସୋଲମି ହେଉଛନ୍ତି ଜଣେ ବାଇକ ରାଇଡର । ତାଙ୍କ ଘର ବିହାରରେ ହୋଇଥିବା ବେଳେ ସେ ବେଙ୍ଗାଳୁରୁରେ ଚାକିରି କରୁଥିଲେ । ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ସମ୍ପର୍କ ଥିଲା ।

ଲବ ହାଁସଦାଙ୍କର କିଛି ମହିଳାଙ୍କ ସହ ସମ୍ପର୍କ ଥବା କଥା ଜାଣିବାକୁ ପାଇଥିଲେ ସୋଲମୀ । ଏନେଇ ସୋଲମୀ ଲବଙ୍କୁ ପଚାରିଥିଲେ । ଏଥିଯୋଗୁ ଲବ ତାଙ୍କୁ ନିର୍ୟାତନା ଦେଉଥିଲେ । ଅତିଷ୍ଠ ହୋଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ସୋଲମୀ । ଜୀବନ ହାରିବାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବଙ୍କ ସହ ଯୋଗାଯୋଗ କରିଥିଲେ ବୋଲି ତାଙ୍କ ଭାଇ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login