ମୁମ୍ବାଇ : ବଲିଉଡର ସୁପରଷ୍ଟାର ହ୍ରିତ୍ବିକ ରୋଶନ ପୁଣିଥରେ ନିଜ ପ୍ରଶଂସକ ମାନଙ୍କୁ ଖୁସି ଖବର ଦେଇ ଆଶ୍ଚର୍ୟ୍ୟ କରି ଦେଇଛନ୍ତି । କାରଣ ହେଉଛି ସାଉଥର ମେଗାଷ୍ଟାର ଜୁନିୟର ଏନଟିଆରଙ୍କ ଜନ୍ମଦିନ ଆସୁଛି । ଏହାରି ଭିତରେ ହ୍ରିତ୍ବିକ ରୋଶନ ନିଜ ସୋସିାଲ ପେଜ୍ ରେ ଏକ ପୋଷ୍ଟ କରିଛନ୍ତି । ତେବେ ସେହି ପୋଷ୍ଟରେ ହ୍ରିତ୍ବିକ ରୋଶନ ଏକ ହିଣ୍ଟ ଦେଇଛନ୍ତି । ସେଥିରେ ସେ କହିଛନ୍ତି ମେ ମାସ ୨୦ ତାରିଖରେ ଏନଟିଆରଙ୍କ ପାଇଁ ଦିନଟି ବହୁତ ଖାସ ଓ ଧମାକାଦାର ଦେବାକୁ ଯାଉଛି । ହ୍ରିତ୍ବିକ ରୋଶନଏନଟିଆରଙ୍କ ପାଇଁ ଏକ ଲେଖା ପୋଷ୍ଟ କରିଥିଲେ ତାହା ହେଲା ତୁମେ ଭାବୁଛ କି ମେ ୨୦ ତାରିଖରେ କଣ ହେବାକୁ ଯାଉଛି ଟ୍ଟଯହି ସତ କହିବି ତେବେ ମୋତେ ନିଜକୁ ହିଁ ଜଣାନାହିଁ । ତୁମେ ପ୍ରସ୍ତୁତ ଅଛ କି..ଏହି ଗୋଟିଏ ଧାଡିରୁ ହିଁ ପ୍ରଶଂସକ ମାନଙ୍କ ମଧ୍ୟରେ ଉତ୍କଣ୍ଠା ହୋଇଯାଇଥିଲା । ସୋସିଆଲ ମିଡିଆରେ ସବୁଠାରେ ଏହାହିଁ ଚର୍ଚ୍ଚା ହେଉଥିଲା ୱାର ୨ ରେ ଜଡିତ ହୋଇଥିବା କିଛି ବଡ କାହାଣୀକୁ ନେଇ ଝଲକ କିମ୍ବା ଟିଜର ଏନଟିଆରଙ୍କ ଜନ୍ମଦିନରେ ରିଲିଜ ହେବାର ସମ୍ବାବନା ରହିଛି । ତେବେ ୟସରାଜ ଫିଲ୍ମର ଆଉ ଏକ ବଡ ଫିଲ୍ମ ୱାର ୨ ରେ ପ୍ରଥମ ଥର ପାଇଁ ହ୍ରିତ୍ବିକ ରୋଶନ ଏବଂ ଜୁନିୟର ଏନଟିଆର ଏକ ସହିତ ସ୍କ୍ରିନ ସେୟାର କରୁଥିବା ନଜର ଆସିବେ । ଅୟାନ ମୁଖର୍ଜୀ ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି । ୱାର ୨କୁ ନେଇ ପ୍ରଥମରୁ ହିଁ ଅନେକ କାରଣ ରହିଛି । ଆଉ ଏବେ ହ୍ରିତ୍ବିକ ରୋଶନଙ୍କ ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଦେଖିବା ପରେ ଦର୍ଶକମାନଙ୍କର ଆହୁରି ଉତ୍କଣ୍ଠା ବଢିଛି । ଆମେ ଆପଣଙ୍କୁ କହି ଦେଉଛୁ କି ୱାର ୨ ୟସରାଜ ସ୍ପାଇ ୟୁନିଭର୍ସର ଷଷ୍ଠ ଫିଲ୍ମ ହେୋକୁ ଯାଉଛି ।
ଏହି ଦିନ ରିଲିଜ ହେବ ଫିଲ୍ମ ୱାର-୨
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











