ନୂଆଦିଲ୍ଲୀ : ଗୁଜରାଟ ଭୁଜ ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏୟାରବେସରେ ବାୟୁ ସେନା ଯୋଦ୍ଧାଙ୍କୁ ଭେଟିବେ ରାଜନାଥ ସିଂ । ଭୁଜ ଗସ୍ତକରି ପାକିସ୍ତାନକୁ ବଡ ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ।ଭୁଜ ଏୟାରବେସକୁ ଉଡାିଥିବା ଦାବି କରିଥିଲା ପାକିସ୍ତାନ । ଡ୍ରୋନ ଦ୍ୱାରା ଭୁଜ ଏୟାରବେସ ନଷ୍ଟ କରିଥିବା କହିଥିଲା ପାକ । ଗୁଜରାଟ ଭୁଜ ଏୟାରବେସରେ ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା ଆତଙ୍କୀ ଲଢେଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଏବେ ଫିଲ୍ମ ବାକି ରହିଛି । ବ୍ରହ୍ମୋସ ମିସାଇଲର ତାକତକୁ ପାକିସ୍ତାନ ସ୍ବୀକାର କରିସାରିଛି ।
ପ୍ରତିରକ୍ଷା ମନ୍ତ୍ରୀ ଭୁଜ୍ ଯାତ୍ରାକୁ ନେଇ ଟ୍ବିଟ୍ କରି କହିଛନ୍ତି, ନୂଆଦିଲ୍ଲୀରୁ ଭୁଜ(ଗୁଜରାଟ) ପାଇଁ ଯାତ୍ରା କରୁଛି । ଭୁଜ୍ ଏୟାରବେସରେ ଆମ ସାହାସୀ ବାୟୁସେନା ଯୋଦ୍ଧାଙ୍କ ସହିତ କଥାବାର୍ତ୍ତାକୁ ନେଇ ବେଶ୍ ଉତ୍ସାହତ ରହିଛି । ଏହାପରେ ସ୍ମ୍ତିବନ ମଧ୍ୟ ଯିବି । ଏହା ଏକ ସ୍ମାରକ ଏବଂ ସଂଗ୍ରହାଳୟ, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୧ରେ ହୋଇଥିବା ଭୂକମ୍ପରେ ଜୀବନ ହାରିଥିବା ଲୋକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଭାବେ କରାଯାଇଥିଲା ।
ଭୁଜ ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...