ନୂଆଦିଲ୍ଲୀ : ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଭାରତ ସପକ୍ଷରେ ବଢୁଛି ମୁସଲିମ୍ ରାଷ୍ଟ୍ରର ସମର୍ଥନ । ଗୋଟେ ପଟେ ପାକିସ୍ତାନ ପାଇଁ କରଜ ଓ ପାଣି ସମସ୍ୟା ବଢିବାରେ ଲାଗିଥିବା ବେଳେ ଅନ୍ୟପଟେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବନ୍ଧୁତା ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପହଲଗାମ ଘଟଣାରେ ଭାରତର ସମର୍ଥନ କରିଥିବାରୁ ଆଫଗାନିସ୍ତାନକୁ ଧନ୍ୟବାଦ ଜଣାଇଲା ଭାରତ । ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ୍ ମୁସ୍ତାକିଙ୍କ ସହ କଥା ହୋଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଏହି ଐତିହାସିକ କଥାବାର୍ତ୍ତାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଫଗାନ ଜନତାଙ୍କ ସହିତ ଭାରତର ପାରମ୍ପରିକ ବନ୍ଧୁତା ସହିତ ବିକାଶ ପାଇଁ ନିରନ୍ତର ସମର୍ଥନ ବିଷୟରେ କହିଛନ୍ତି । ତାଲିବାନ ସରକାର ପହଲଗାମ ଆକ୍ରମଣକୁ ସାର୍ବଜନୀନ ଭାବେ ନିନ୍ଦା କରିଛନ୍ତି । ଭାରତ ଓ ତାଲିବାନ ମଧ୍ୟରେ ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା । ପହଲଗାମ ଆକ୍ରମଣକୁ ଆଫଗାନିସ୍ତାନ ନିନ୍ଦା କରିବା ସହ ଭାରତର ଆତଙ୍କବାଦ ବିରୋଧରେ କାର୍ୟ୍ୟାନୁଷ୍ଠାନକୁ ସମର୍ଥନ ଜଣାଇଥିଲା । ପୂର୍ବରୁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂପର୍କକୁ ଦୃଢ କରିବା ପାଇଁ ୩ ଥରରୁ ଅଧିକ କଥାବାର୍ତ୍ତା ହୋଇଛନ୍ତି । ତେବେ ପହଲଗାମ ଆକ୍ରମଣ ପରେ ଏହା ଦ୍ବିତୀୟ ଥର ପାଇଁ କଥାବାର୍ତ୍ତା ।
ଭାରତକୁ ଆଫଗାନିସ୍ତାନର ସମର୍ଥନ, ବଢିଲା ପାକର ଟେନସନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











