The Ultimate Managed Hosting Platform
ADVERTISEMENT

ପାକିସ୍ତାନକୁ ଆଉ ଏକ ବଡ ଝଟକା ; ବଲୁଚିସ୍ତାନ ଆଉ ପାକିସ୍ତାନର ଅଂଶ ନୁହେ, କହିଲେ ଆମେ ଭାରତର ସରକାର ଅଛୁ

Facebook
Twitter
LinkedIn

ନୂଆଦିଲ୍ଲୀ : ପାକ୍କୁ ଲାଗିଛି ଆଉ ଏକ ବଡ଼ ଝଟକା । ୧୪ ମେ’ ରେ ବଲୁଚ୍ ଲେଖକ ଏବଂ ନେତା ମୀର ୟାର ବଲୁଚ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବଲୁଚିସ୍ତାନର ସ୍ୱାଧୀନତା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବଲୁଚିସ୍ତାନର ଜନସାଧାରଣ ସେମାନଙ୍କର ନିଷ୍ପତ୍ତି ନେଇ ସାରିଛନ୍ତି, ବଲୁଚିସ୍ତାନ ଆଉ ପାକିସ୍ତାନର ଅଂଶ ନୁହେଁ । ତାଙ୍କୁ ସହଯୋଗ କରିବା ପାଇଁ ସେ ଭାରତ ସମେତ ବିଭିନ୍ନ ଦେଶର ସହାୟତା ମାଗିଛନ୍ତି । ସେ ନୂଆଦିଲ୍ଲୀରେ ଏକ ବଲୁଚ୍ ଦୂତାବାସ ଖୋଲିବା ପାଇଁ ଭାରତଠାରୁ ଅନୁମତି ମାଗିଥିଲେ ଏବଂ ଜାତିସଂଘ ବଲୁଚିସ୍ତାନକୁ ଗଣତାନ୍ତ୍ରିକ ସ୍ୱତନ୍ତ୍ରରାଷ୍ଟ୍ରର ମାନ୍ୟତା ସହ ମୂଦ୍ରା,ପାସପୋର୍ଟ ଓ ଅନ୍ୟାନ୍ୟ ସଂଶାଧନ ଦେବାକୁ ଦାବି କରିଛନ୍ତି । ମିର ୟାର ବଲୁଚ ନିଜର ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରି ଭାରତକୁ ସପୋର୍ଟ ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି, ବଲୁଚର ଜନସାଧାରଣ ଭାରତର ସପକ୍ଷରେ ଅଛନ୍ତି । ଚୀନ୍ ପାକିସ୍ତାନକୁ ସାହାଯ୍ୟ କରୁଛି କିନ୍ତୁ ବଲୁଚର ଲୋକମାନେ ଭାରତ ସରକାର ସହ ଅଛନ୍ତି । ମୋଦୀ ଜୀ ଆପଣ ଏକା ନୁହେଁ ବଲୁଚର ୬୦ ମିଲିୟନ ଦେଶପ୍ରେମୀ ଆପଣଙ୍କ ସହ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login