ଭୁବନେଶ୍ୱର : ଓୟୋ ତଳୁ ଯୁବତୀଙ୍କୁ ରକ୍ତାକ୍ତ ମୃତଦେହ ମିଳିବା ଘଟଣା । ଖଣ୍ଡଗିରି ଜାଗମରା ପଞ୍ଚଶଖା ନଗରରୁ ମିଳିବା ପରେ ତନାଘନା । ପୁରୁଷ ବନ୍ଧୁଙ୍କ ନାଁ ରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ମାଆ । ଓୟୋ ଛାତରୁ ଠେଲି ପୁରୁଷ ବନ୍ଧୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ।ମୃତକଙ୍କ ପରିଚୟ ନୟାଗଡ଼ ଜିଲ୍ଲାର ସୋନାଲୀ ମହାପାତ୍ର ବୋଲି ଜଣାପଡ଼ିଛି । ଖଣ୍ଡଗିରି ପୋଲିସ ଘଟଣାସ୍ଥଳରୁ ତାଙ୍କର ରକ୍ତମୁଖର ଶବ ଉଦ୍ଧାର କରିଛି। ଏହା ଏକ ଦୁର୍ଘଟଣା, ନିଜେ ଜୀବନ ହାରିଛନ୍ତି ନା ହତ୍ୟା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମୟରେ ସୋନାଲୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ହୋଟେଲ ରୁମରେ ଥିଲେ, ଯିଏ ତାଙ୍କର ହେବାକୁ ଥିବା ସ୍ୱାମୀ ବୋଲି କୁହାଯାଉଛି। ଉଭୟଙ୍କର ଆଗାମୀ ମାସରେ ବିବାହ ହେବାର ଯୋଜନା ଥିଲା।ସୂଚନା ଅନୁସାରେ ଦାସ ଇନ୍ ଗେଷ୍ଟ ହାଉସରେ ୬ ମାସ ଧରି ଭଡ଼ା ରେ ରହୁଥିଲେ ସୋନାଲି ଓ ତାଙ୍କ ବୟ ଫ୍ରେଣ୍ଡ୍। ଗେଷ୍ଟ ହାଉସର ତୃତୀୟ ମହଲାରେ ରହୁଥିଲେ। ଉଭୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହେବାରୁ ରାତି ୧୧.୧୫ ରେ ଉଭୟ ରୁମ୍ ରୁ ବାହାରି ଛାତ ଉପରକୁ ଯାଇଥିଲେ। ସେଠାରେ ହିଁ ଉଭୟଙ୍କ ଭିତରେ ଝଗଡା ବଢିଥିଲା । ତା ପରେ ସୋନାଲି ଛାତ ତଳେ ପଡି ଯାଇଥିଲେ । କଥା ହେଉଛି ଯେ ସେ ନିଜେ ଡେଇଁ ପଡିଛନ୍ତି ନା ପ୍ରେମିକ ତାଙ୍କୁ ଛାତ ଉପରୁ ତଳକୁ ଠେଲି ଦେଇ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନି ।
ଓୟୋ ଯାଇ ପ୍ରାଣ ଗଲା, ପୁରୁଷ ବନ୍ଧୁକୁ ଜେରା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











