ଝାରସୁଗୁଡା : ଚିକିତ୍ସା ଅବହେଳାରୁ ଆଖି ବୁଜିଲେ ଯବାନଙ୍କ ପତ୍ନୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଟେଙ୍ଗନାମାଲ ଗାଁରେ । ସ୍ବାମୀ ଦେଶକୁ ସୁରକ୍ଷା ଦେଉଥିବା ବେଳେ ସ୍ତ୍ରୀ ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କଲେ । କନ୍ୟା ସନ୍ତାନକୁ ଜନ୍ମ ଦେଇ ଚାଲିଯାଇଛନ୍ତି ସ୍ତ୍ରୀ । ବର୍ଡର ଜଗିଥିବା ଯବାନ ସ୍ତ୍ରୀର ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗିପଡିଛନ୍ତି । ସ୍ତ୍ରୀଙ୍କୁ ସଠିକ ଭାବରେ ଚିକିତ୍ସା ମିଳିନଥିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ହତଭାଗା ଯବାନ । ବୁର୍ଲା ଭିମସାରରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଭାରତ ପାକିସ୍ତାନ ଉତ୍ତେଜନା ପାଇଁ ୧୫ ଦିନ ଧରି ଅଚେତ୍ ଥିବା ପ୍ରସୂତି ପତ୍ନୀ ଓ ନବଜାତକ ଶିଶୁ କନ୍ୟାକୁ ଛାଡି ବର୍ଡର ଯାଇଥିଲେ ଯବାନ ଦେବରାଜ ଗଣ୍ଡ । ଦେବରାଜ ସଶସ୍ତ୍ର ସୀମା ବଳରେ କାର୍ୟ୍ୟରତ ଥିବାବେଳେ ପତ୍ନୀ ଲିପି ଗଣ୍ଡ ୨୮ ତାରିଖରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତେବେ ସେହି ସମୟରେ ଦେବରାଜ ସାଙ୍ଗରେ ଥିଲେ । ପତ୍ନୀଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଆଇସିୟୁରେ ୨୯ ତାରିଖରୁ ଅଚେତ ଅବସ୍ଥାରେ ଥିଲେ ଲିପି । କିନ୍ତୁ ମଲ୍ଟି ଅର୍ଗାନ ଫେଲ୍ୟୁଅର ହେବା ପରେ ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଆବଶ୍ୟକ ସମୟରେ ତାଙ୍କର ସଠିକ୍ ଚିକିତ୍ସା କରାଯାଇ ନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ବର୍ଡରରେ ଲଢୁଥିଲେ ଯବାନ ସ୍ୱାମୀ , କିନ୍ତୁ ଚିକିତ୍ସା ଅବହେଳାରୁ ପ୍ରାଣ ହରାଇଲେ ସ୍ତ୍ରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର
ବିଜାପୁର : ବିଜାପୁର ନ୍ୟାସନାଲ ପାର୍କ ଆଞ୍ଚଳରୁ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର । ୫,୬,୭ ତାରିଖ ସର୍ଚ୍ଚ ଅପରେସନ ଓ ଏନକାଉଣ୍ଟରରେ ଟଳିଥିଲେ । ମୃତ...
ଇଲେକ୍ଟ୍ରିସିଆନଙ୍କୁ ମାରି ମାଟି ତଳେ ପୋତିଦେଲେ !
ବରଗଡ : ପଞ୍ଚାୟତ କଲେଜ ନିକଟ ପଣ୍ଡରିପଥର ପାଖରେ ହତ୍ୟାକାଣ୍ଡ । ଜଣେ ଇଲେକ୍ଟ୍ରିସିଆନଙ୍କୁ ମାରି ମାଟି ତଳେ ପୋତିଦେଲେ । କାଲି ବିଳମ୍ବିତ ରାତିରେ ମାରି...
କାର୍ଯ୍ୟରେ ଅବହେଳା ପାଇଁ ୫ ପୋଲିସ ସସପେଣ୍ଡ
ବାଲେଶ୍ୱର : ଜଣେ ହାବିଲଦାର, ୪ କନଷ୍ଟେବଳ ନିଲମ୍ବିତ । କାର୍ଯ୍ୟ ସମ୍ପାଦନରେ ଅବହେଳା ଅଭିଯୋଗରେ ଆକ୍ସନ । ୫ ପୋଲିସ ବାବୁଙ୍କୁ ନିଲମ୍ବନ କଲେ ବାଲେଶ୍ୱର...
ଗଣଦୁଷ୍କର୍ମ ମାମଲା ; ୪ ଗିରଫ
ବ୍ରହ୍ମପୁର : ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ । ୪ ଅଭିଯୁକ୍ତଙ୍କୁ ଗିରଫ କଲା ଗୋଳନ୍ଥରା ଥାନା ପୋଲିସ । ବିଶାଖାପାଟଣା ପେରାର ବେଳେ...