ଭୁବନେଶ୍ୱର : କେତେବେଳେ ପ୍ରଶ୍ନପତ୍ର ଲିକ, କେତେବେଳେ ପରୀକ୍ଷା ସ୍ଥଗିତ । ଆଉ କେତେବେଳେ ବର୍ଷ ବର୍ଷ ଧରି ପ୍ରମୁଖ ପରୀକ୍ଷାର ଫଳ ବାହାରୁନି । ଏବେ ଙଝଝଉ ପରୀକ୍ଷା ସିଲାବସ ବାହାରୁ ଆସିଛି ପ୍ରଶ୍ନ । ଏବେ ରାଜ୍ୟରେ ପ୍ରତିଯୋଗିତାମୂଳକ ପରୀକ୍ଷାର ସ୍ଥିତି ଏମିତି । ଏହାକୁ ନେଇ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଅଫିସ ସମ୍ମୁଖରେ ପୋଲିସ ପରୀକ୍ଷାର୍ଥୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ୧୫୦ ମାର୍କ ପରୀକ୍ଷାରୁ ସିଲାବସ ବାହାରୁ ୧୨୦ ମାର୍କ ପ୍ରଶ୍ନ ଆସିଥିଲା । ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖା ଦେଇଥିଲା । ସବୁ ମହଲରୁ ଏହାକୁ ନିନ୍ଦା କରାଯାଇଛି । ଏଭଳି ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କହିବା କଥା ପରୀକ୍ଷା କ୍ଷେତ୍ରରେ ଦୀର୍ଘ ଦିନ ଧରି ଯେଉଁ ମାଲଫଙ୍କସନିଙ୍ଗ ହେଉଥିଲା ତାହା ନୂଆ ଆଇନ ଦ୍ୱାରା କମ ହେବ ।ସିଲାବସ ବାହାରୁ ପ୍ରଶ୍ନ ଆସିଛି ବୋଲି କମିଶନ ମାନିଥିଲେ ମଧ୍ୟ ଏହି ପରୀକ୍ଷାକୁ ନେଇ କ’ଣ ନିଷ୍ପତ୍ତି ନିଆଯିବ ତା’ର ସ୍ପଷ୍ଟତା ଚାହିଁଛନ୍ତି ଛାତ୍ରଛାତ୍ରୀ । ଏପରିକି ବିରୋଧ ବେଳେ ପରୀକ୍ଷାର୍ଥୀଙ୍କ ସହ ପୋଲିସର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରୀକ୍ଷାର୍ଥୀଙ୍କୁ ପୋଲିସ ଅଟକାଇବାରୁ ଏମିତି ସ୍ଥିତି ଉପୁଜିଥିଲା । କମିସନ ଅଧ୍ୟକ୍ଷଙ୍କୁ ଭେଟିବାକୁ ନ ଦେଇ ଗେଟ ବାହାରକୁ ତଡି ଦେଇଥିଲା ପୋଲିସ । ଯେଉଁଥି ପାଇଁ ପୋଲିସ ସହ ଯୁକ୍ତିତର୍କ ହୋଇଥିଲା । ଶେଷରେ ପରୀକ୍ଷାର୍ଥୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ କର୍ତ୍ତୃପକ୍ଷ ଭେଟିଥିଲେ ମଧ୍ୟ ଏହି ପରୀକ୍ଷାକୁ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖି ନଥିବା ଅଭିଯୋଗ ହୋଇଛି ।ଆସନ୍ତା ଚାରି ତାରିଖରେ କମିଶନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଏହି ସମସ୍ୟା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।
ଓଏସଏସସି ପରୀକ୍ଷାରେ ବ୍ୟାପକ ତ୍ରୁଟି, ୧୫୦ ମାର୍କରୁ ବାହାରୁ ଆସିଛି ୧୨୦ ମାର୍କ

Facebook
Twitter
LinkedIn
Facebook
Twitter
LinkedIn
Recent News
“ରାଜ୍ୟରେ ଖୋଲିବ ମଡେଲ ମଣ୍ଡି” : ସମବାୟ ମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ ମଣ୍ଡି । ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସୂଚନା । ରାଜ୍ୟର ୩୦ଟି ଜିଲ୍ଲାରେ ହେବ...
ହାଡ ସମସ୍ୟାକୁ ନେଇ ଚିନ୍ତିତ କି ? ତେବେ ଘରୋଇ ଉପାୟରେ କରନ୍ତୁ ମସାଜ………..
ବ୍ୟୁରୋ : ହାଡ଼ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ସମସ୍ୟା ସମାଧାନର ଉପାୟ ବତାଇବୁ । ବୟସ ବଢିବା ସହିତ...
ରତ୍ନଭଣ୍ଡାର ଗଣତି ମଣିତି କରିବେ ଆରବିଆଇ ଏକ୍ସପର୍ଟ :ଆଇନ ମନ୍ତ୍ରୀ
ପୁରୀ : ରତ୍ନଭଣ୍ଡାର ଗଣତି ମଣତି ନେଇ ଆଇନମନ୍ତ୍ରୀଙ୍କ ସୂଚନା । ୨ ଜଣ ଏକ୍ସପର୍ଟ ଦେବା ପାଇଁ ଆରବିଆଇକୁ ଚିଠି ଲେଖିଛନ୍ତି ସରକାର । ଆରବିଆଇ...
ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ : ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ । ଅଗଷ୍ଟ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅଗଷ୍ଟ ୨୫ ତାରିଖ ନାମାଙ୍କନ ପ୍ରତ୍ୟାହାରର...