ଭଦ୍ରକ : ରାତିରେ ଶନି ମନ୍ଦିରରୁ ଚୋରି । ଗେଟ ଭାଙ୍ଗି ନେଇଗଲେ ୨ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ନରସିଂହ ପୁର ପଂଚାୟତ ବାଣପୁର ଗ୍ରାମରେ ଥିବା ନିସର୍କ ଶନି ମନ୍ଦିରରୁ ଚୋରି । ଗତକାଲି ସନ୍ଧ୍ୟା ଆଳତି ପରେ ପୂଜକ ମନ୍ଦିରର ଗେଟରେ ତାଲା ପକାଇ ପଲାଇ ଯାଇଥିଲା । ପ୍ରତିଦିନ ପୂଜକର ସ୍ତ୍ରୀ ଆସି ଠାକୁର ପୂଜା ନିମନ୍ତେ ଫୁଲ ତୋଳିବା ଓ ମନ୍ଦିର ସଫା କାର୍ୟ୍ୟ କରିଥାଏ । ଆଜି ମଧ୍ୟ ସକାଳେ ପୂଜକର ସ୍ତ୍ରୀ ପୂଜା ପାଇଁ ଫୁଲ ତୋଳି ସାରି ମନ୍ଦିର ଧୋଇବାକୁ ଆସି ଦେଖନ୍ତିତ ମନ୍ଦିର ଗେଟ ଭଙ୍ଗା ଯାଇଛି । କେମିତି କଣ ପାଇଁ ଭଙ୍ଗା ଯାଇଛି ସେନେଇ ସ୍ୱାମୀଙ୍କୁ ତୁରନ୍ତ ଖବର ଦେଇଥିଲେ । ମନ୍ଦିର କମିଟର ସମ୍ପାଦକ ଓ ସମସ୍ତ କର୍ମୀ ଓ ପୂଜକ ମାନେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେବା ଦେଖନ୍ତିତ ହୁଣ୍ଡୀ ବାକ୍ସ ସମେତ ମାଙ୍କ ସହ ସବୁ ଦେବଦେବୀଙ୍କ ଦେହରେ ଲାଗିଥିବା ଲକ୍ଷାଧିକ ଟଙ୍କାର ସମସ୍ତ ସୁନା ଓ ରୁପା ଅଳଙ୍କାର କେହି ଚୋରି କରି ନେଇଛି । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବା ସହିତ ହୁଣ୍ଡୀ ବାକ୍ସ ଯାହାକି ୫ରୁ ୧୦ ହଜାର ଭଲି ଦାନରେ ଦିଆଯାଇଥିବା ଟଙ୍କାକୁ ଦୁର୍ବୃତ୍ତ ନେଇଯାଇଥିବା କଥା କହିଛନ୍ତି ।
ରାତିରେ ଗେଟ ଭାଙ୍ଗି ଶନି ମନ୍ଦିରରୁ ଚୋରି, ନେଇଗଲେ ୨ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











