ପିପିଲି : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରୁ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ଘଟଣାର ପର୍ଦ୍ଦାଫାସ ହୋଇସାରିଛି । ଗତ ୧୫ ତାରିଖରେ ନିଖୋଜ ଆଶୀର୍ବାଦକୁ ଖୋଜିବା ପାଇଁ ପରିବାର ଠାରୁ ଆରମ୍ଭ କରି ପୋଲିସ୍ ପ୍ରଶାସନ ସମସ୍ତେ ନୟାନ୍ତ ହୋଇ ପଡିଥିଲେ । ଶେଷରେ ଦୀର୍ଘ ୬ଦିନ ପରେ ମିଳିଥିଲା ମୃତଦେହ । ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଥିଲା ଆଶୀର୍ବାଦର ମୃତଦେହ । ପୋଲିସ୍ ସନ୍ଦେହରେ ଅଭିଯୁକ୍ତ ପଡୋଶୀ ଦାଦା ବାପି ସାହୁକୁ ଅଟକ ରଖି ପଚରା ଉଚରା କରିଥିଲା । ଆଉ ଶେଷରେ ଅଭିଯୁକ୍ତ ସବୁ ସତ କଥା ପୋଲିସ୍ ଆଗରେ ମାନିଥିଲା । ଗତକାଲି ଆଶୀର୍ବାଦର ମୃତଶରୀର ବ୍ୟବଛେଦ ପରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏପଟେ ପ୍ରଶାସନ ପକ୍ଷରୁ ରେଡ଼କ୍ରସ୍ ସହାୟତା ରାଶି କୋଡିଏ ହଜାର ଟଙ୍କାକୁ ପ୍ରତ୍ୟାଖ୍ୟାନ କରାଯାଇଛି । ତେବେ ଏକ କୋଟି ଟଙ୍କାର ସହାୟତା ଦାବି କରିଛନ୍ତି ଅଞ୍ଚଳବାସୀ । ସେପଟେ ଅଭିଯୁକ୍ତ ପ୍ରଭାକର ସାହୁକୁ ଆଜି ଅପରାହ୍ନରେ ପିପିଲି କୋର୍ଟରେ ହଜାର କରାଯିବା ନେଇ ସୂଚନା ରହିଛି ।
ଗାଁ ଶ୍ମଶାନରେ ହେଲା ଆର୍ଶୀବାଦର ଅନ୍ତିମ ସଂସ୍କାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











