ଭୁବନେଶ୍ୱର ; ଥମିବା ବଦଳରେ ତୀବ୍ର ହେବାରେ ଲାଗିଛି କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ । କଳାକାରଙ୍କ ଉପରୁ ବ୍ୟାନ ହଟାଇବା ପାଇଁ କଳାକାର ସଂଘ ଦାବି କରିବା ସହ ଯାତ୍ରା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଯାତ୍ରା ମାଲିକଙ୍କୁ ବାପି ପଣ୍ଡା କ୍ଷମା ମାଗନ୍ତୁ ବୋଲି ରାଜଧାନୀ ଅପେରା ପରିଚାଳକ ଜଗତ ଜୀବନ କହିଛନ୍ତି । କଳାକାର ଓ ମାଲିକଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପୁଣି ଏକାଠି ହୋଇଛନ୍ତି ଯାତ୍ରା ମାଲିକ ।ଗତକାଲି ଚଣ୍ଡିଖୋଲରେ ଯାତ୍ରା ମାଲିକ ମାନେ ଏକାଠି ହୋଇଥିଲେ । ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଛି। ମାଲିକ ସଂଘ, କଳାକାର ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରେ ଲଗାଇଥିବା ବୟକଟକୁ ପ୍ରତ୍ୟାହାର କରାଯିବନି । ଅନ୍ୟପଟେ ଯାତ୍ରା ମାଲିକ ମାନେ କଳାକାର ବାପି ପଣ୍ଡାଙ୍କ ଉପରେ କଡ଼ା ଆଭିମୁଖ୍ୟ ନେଇଛନ୍ତି । ଆଗାମୀ ଦିନରେ ବାପି ପଣ୍ଡାଙ୍କୁ ସଂଘଭୁକ୍ତ କୌଣସି ଯାତ୍ରା ପାର୍ଟିରେ ରଖିବେ ନାହିଁ ବୋଲି ଏକ ପ୍ରକାର ନିଷ୍ପତ୍ତି ନିଆଯାଇଛି । ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା କରାଯିବା ପରେ ଏହି ନିଷ୍ପତ୍ତି ନିଆ ଯାଇଛି । ଅନ୍ୟପଟେ ସୋସିଆଲ ମିଡିଆରେ ଯେଉଁଭଳି ଭାବେ ଆରୋପ ପ୍ରତ୍ୟାରୋପ ହେଉଛି, ତାକୁ ନେଇ ଯାତ୍ରା ଜଗତ କଳଙ୍କିତ ହେଲାଣି ବୋଲି କହିଛନ୍ତି ଯାତ୍ରା ମାଲିକ ସଂଘର ସଭାପତି ଭାରତ ଭୂଷଣ ଦେଓ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୧୦ ଦିନ ପରେ ମାଲିକ ସଂଘ ନେଇପାରେ ବଡ଼ ନିଷ୍ପତ୍ତି। ଦରକାର ପଡ଼ିଲେ ଯାତ୍ରାକୁ ବନ୍ଦ ରଖା ଯିବ ବୋଲି କହିଛନ୍ତି ମାଲିକ ସଂଘର ସଭାପତି।
ଥମୁନି ଯାତ୍ରା ବିବାଦ ; କଳାକାରଙ୍କ ଉପରୁ ହଟିବନି ବ୍ୟାନ ନିଦେ୍ର୍ଦଶ

Facebook
Twitter
LinkedIn
Facebook
Twitter
LinkedIn
Recent News
ଟ୍ୱିନ ସିଟିରେ ହେବ ନୂଆ ଆଇଟି ପାର୍କ ;ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର : ଟ୍ୱିନ ସିଟିରେ ହେବ ନୂଆ ଆଇଟି ପାର୍କ । ସୂଚନା ଦେଲେ ପୂର୍ତ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧୦୦୦ ହେକ୍ଟର ଜମିରେ ତିଆରି...
ମୋ ଉପରେ ଆକ୍ସନ ଅଧିକାର କିଏ ଦେଲା ; ବାପି ପଣ୍ଡା
ଭୁବନେଶ୍ୱର : ପୁଣି ବର୍ଷିଲେ କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡା । ଯାତ୍ରା ପରିଚାଳକ ଜଗତ ଜୀବନ ପଣ୍ଡାଙ୍କୁ କାଉଣ୍ଟର କଲେ । ମୋ ଉପରେ...
ଆଫଗାନିସ୍ତାନ-ତାଜକିସ୍ତାନରେ ଭୂକମ୍ପ ଝଟକା, ଜମ୍ମୁ କଶ୍ମୀରରେ ମଧ୍ୟ ଝଟକା ଅନୁଭୂତ
ନୂଆଦିଲ୍ଲୀ : ଆଫଗାନିସ୍ତାନ-ତାଜିକିସ୍ତାନ ସୀମା ଅଞ୍ଚଳରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଝଟକା ଜମ୍ମୁ-କଶ୍ମୀର ପର୍ୟ୍ୟନ୍ତ ଅନୁଭୂତ ହୋଇଛି ।...
ଆହୁରି ୭ ଦିନ କାଳବୈଶାଖୀ ବର୍ଷା, ପାଣିପାଗ ବିଭାଗର ସୂଚନା
ଭୁବନେଶ୍ୱର : ଆଗାମୀ ସାତଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି ଓ କୁଆପଥର ମାଡ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।...