ଭୁବନେଶ୍ୱର ; ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ପ୍ରମୁଖ ନେତା ଅନୁପସ୍ଥିତ । ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦେଖିବାକୁ ମିଳିନି । ଶଶି ବେହେରା, ଭୂପିନ୍ଦର ସିଂ, ନିରଞ୍ଜନ ବିଶି ଅନୁପସ୍ଥିତା ସନାତନ ମହାକୁଡ, ସୁଲତା ଦେଓ,ସସ୍ମିତ ପାତ୍ରଙ୍କ ଦେଖା ମିଳିନି । କେଉଁ ପରିସ୍ଥିତିରେ ଏହି ବିଶେଷ ମୁହୂର୍ତ୍ତରେ ନ ଥିଲେ ସ୍ପଷ୍ଟ ହୋଇନି ।
ଅନ୍ୟପଟେ ଶଙ୍ଖ ଭବନ ନ ଆସିବା ନେଇ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ପ୍ରତିକ୍ରିୟା । ଷ୍ଟେଟ କାଉନସିଲ ବୈଠକକୁ ମୋତେ ଡକାଯାଇ ନାହିଁ । ମୋତେ ଡାକି ନାହାନ୍ତି , ମୁଁ ଯାଇନି । କାହିଁକି ଡାକିଲେଣି ଜାଣିନି । ପୂର୍ବରୁ ଷ୍ଟେଟ କାଉନସିଲ ବୈଠକ ହେଲେ ଡକାଯାଇଥାଏ । ଦଳ ସହିତ ମୁଁ ରହିଛି , ଚକ୍ରାନ୍ତ କଥା ମୁଁ ଜାଣିନି ।
ଶଙ୍ଖଭବନ ନ ଆସିବା ନେଇ ବରିଷ୍ଠ ନେତା ଶଶି ବେହେରା ପ୍ରତିକ୍ରିୟା ଦେଇଛନ୍ତି । ମୋତେ ଡକାଯାଇନି, ଯିଏ ଡାକି ନାହାନ୍ତି ସିଏ କହିପାରିବେ । ଯିଏ ଦଳର ସାଂଗଠନିକ କଥା କହୁଛନ୍ତି କହିପାରିବେ । ବାହ୍ୟ ଶକ୍ତି ମନ୍ତବ୍ୟ ପ୍ରସଙ୍ଗରେ ମଧ୍ୟ ରଖିଲେ ପ୍ରତିକ୍ରିୟା । ନବୀନଙ୍କୁ ବାହ୍ୟ ଶକ୍ତି ଦୁର୍ବଳ କରିବାକୁ ଚାହିଁଲେ ପ୍ରତିହତ କରିବୁ କହିଲେ । ଏହା କଣ ଭୁଲ ମନ୍ତବ୍ୟ ଥିଲା କି ବୋଲି କହିଲେ । ମୁଁ କେବେ ଦଳବିରୋଧୀ କାମ କେବେ ଜୀବନରେ କରିଛି ବିଚାର କରିପାରୁନି । ଦଳରେ ସର୍ବଦା ମୁଁ ଜଣେ ଶୃଙ୍ଖଳିତ କର୍ମୀ ।
ବିଜେଡି ସଭାପତିଙ୍କ ନାମ ଘୋଷଣା ବେଳେ ପ୍ରମୁଖ ବରିଷ୍ଠ ନେତାଙ୍କ ଅନୁପସ୍ଥିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











