ନୂଆଦିଲ୍ଲୀ : ୬ ମହିଳା ଯିବେ ମହାକାଶ । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ଗ୍ରୁପ୍ ହୋଇ ମହାକାଶ ଯାତ୍ରା କରିବେ । ଆଜି ଏହି ୬ ମହିଳାଙ୍କ ଟିମ୍ ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟ୍ ଜରିଆରେ ମହାକାଶ ଯିବେ । ପ୍ରଥମ ଥର ପାଇଁ ମହିଳାଙ୍କ ଏକ ଟିମ୍ ମହାକାଶ ଯାତ୍ରା କରିବେ । ପୂର୍ବରୁ ୧୯୬୩ରେ ରୁଷର ମହାକାଶ ଯାତ୍ରୀ ଭାଲେଣ୍ଟିନା ତେରେସ୍କୋଭା ଏକା ଏକା ମହାକାଶ ଯାତ୍ରା କରିଥିଲେ । ଆଜିର ମହାକାଶ ଯାତ୍ରାରେ ମହାକାଶ ଯିବେ ପପ୍ ଗାୟିକା କେଟି ପେରି, ସାମ୍ବାଦିକା ଗେଲ୍ କିଙ୍ଗ, ମାନବାଧିକାର କର୍ମୀ ତଥା ଆଇନଜୀବୀ ଆମାଣ୍ଡ ଇଙ୍ଗୁଏନ୍, ନାସାର ପୂର୍ବତନ ବୈଜ୍ଞାନିକ ଆଇଶା ବୋୱେ ଏବଂ ସିନେ ନିର୍ମାତା କେରିଅନ ଫ୍ଲିନ୍ । ଏମାନଙ୍କ ସହ ମହାକାଶ ଯିବେ ଜେଫ ବେଜୋସଙ୍କ ବାନ୍ଧବୀ ଲରେନ ସାଞ୍ଚେଜ୍ । ସେ ଏହି ଗ୍ରୁପକୁ ଲିଡ୍ କରିବେ । ଛଅ ଜଣ ମହିଳା ନ୍ୟୁ ସେପର୍ଡ-୩୧ମିଶନରେ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟରେ ଯାତ୍ରା କରିବେ। ଏହି ମହାକାଶ ଯାନ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ । ଏହି ଯାତ୍ରା ପ୍ରାୟ ୧୧ ମିନିଟ୍ ଧରି ଚାଲିବ। ନ୍ୟୁ ସେପର୍ଡର ଯାତ୍ରୀ ଶବ୍ଦର ଗତିଠାରୁ ୩ ଗୁଣା ଅଧିକ ବେଗରେ କ୍ୟାପସୁଲରେ ବସି ମହାକାଶକୁ ଯିବେ । ଏହି ସବୁ ମହିଳା, ପୃଥିବୀର ବାୟୁ ମଣ୍ଡଳ ଓ ମହାକାଶ ମଝିରେ ଥିବା କାଳ୍ପନିକ ରେଖା କାର୍ମନ ଲାଇନ୍ ପାର କରିବେ । ପାରାଚ୍ୟୁଟ୍ ସାହାଯ୍ୟରେ କ୍ୟାପସୁଲରେ ବସି ଯାତ୍ରୀମାନେ ପୃଥିବୀ ପୃଷ୍ଠକୁ ଫେରିବେ । ବ୍ଲୁ ଓରିଜିନ ତରଫରୁ କୁହାଯାଇଛି, ଏହା କେବଳ ଏକ ମହାକାଶ ମିଶନ ନୁହଁ ।
ପ୍ରଥମ ଥର ମହାକାଶ ଯାତ୍ରା କରିବେ ୬ ମହିଳା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











