The Ultimate Managed Hosting Platform
ADVERTISEMENT

କଟକ ବାଲିଯାତ୍ରା ପଡିଆରେ ହେବ “ଆୟୁଷ୍ମାନ ଯୋଜନା”ର ଶୁଭାରମ୍ଭ

Facebook
Twitter
LinkedIn

କଟକ : ବାଲିଯାତ୍ରା ପଡ଼ିଆରେ ହେବ ‘ଆୟୁଷ୍ମାନ’ ଯୋଜନାର ଶୁଭାରମ୍ଭ । ଆସନ୍ତା ୧୧ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ । ଏନେଇ ସମୀକ୍ଷା ପରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । କହିରଖୁଛୁ ଯେ, ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । ଏହି ଗସ୍ତ ଅବସରରେ ସେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ। ଏନେଇ ଗତକାଲି ସୂଚନା ଦେଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ୧୦ ତାରିଖ ରାତିରେ ଭୁବନେଶ୍ୱର ପହଞ୍ଚିବେ ଶ୍ରୀ ନଡ୍ଡା । ପରଦିନ ଅର୍ଥାତ୍ ଅପ୍ରେଲ ୧୧ରେ ବାଲିଯାତ୍ରା ପଡିଆରେ ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିବେ। ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି। ଏହା ପରେ ସେ ଦଳୀୟ କାର୍ୟ୍ୟକ୍ରମରେ ଯୋଗଦେବେ । ଅପ୍ରେଲ ୧୨ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ନଡ୍ଡା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login