The Ultimate Managed Hosting Platform
ADVERTISEMENT

ସ୍କୁଲ ବସ ଓଲଟି ୧୦ ଆହତ

Facebook
Twitter
LinkedIn

କରଞ୍ଜିଆ : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ । ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ୧୦ରୁ ଅଧିକ ସ୍କୁଲ ପିଲାଙ୍କ ସହ ଜଣେ ଡ୍ରାଇଭର ଆହତ ହୋଇଛନ୍ତି । କରଞ୍ଜିଆ ଚଢେଇଭୋଳ ରାସ୍ତାର ଭଅଁରା ନିକଟରେ ଦୁର୍ଘଟଣା ଘଟିଛି । ଭଅଁରା ଛକ ନିକଟରେ ବିବେକାନନ୍ଦ ପବ୍ଲିକ ସ୍କୁଲ ଭ୍ୟାନ ଓଲଟିଲା । ଆହତ ଛାତ୍ରଛାତ୍ରୀ ଏକ ଘରୋଇ ସ୍କୁଲର ହୋଇଥିବା ସୂଚନା ରହିଛି । ସେମାନଙ୍କୁ ଚିକିତ୍ସା ପାଇଁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲକୁ ପଠାଇଥିଲେ । ଅପରପକ୍ଷରେ ସ୍କୁଲ ବସ ଓଲଟି ପଡ଼ିବା ଘଟଣାରେ ଡ୍ରାଇଭର, ହେଲପର ଏବଂ ଅନ୍ୟକର୍ମଚାରୀଙ୍କୁ ପୋଲିସ ପଚରାଉଚୁରା କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login