ନୂଆଦିଲ୍ଲୀ : ଆଜିଠୁ ଲାଗୁ ହେବ ଆମେରିକାର ନୂଆ ଟିକସ । ଭାରତ ସମେତ ଚୀନ, କାନାଡ଼ା ଭଳି ଅନେକ ଦେଶ ପାଇଁ ଆମେରିକାର ନୂଆ ଟାରିଫ ଲାଗିବ । ଆଜି ଆମେରିକା ମୁକ୍ତି ଦିବସ ବା ଲିବରେସନ ଡେ ଠାରୁ ଏହି ଟିକସ ଲାଗୁ ହେବ । ଆଜି ପୁଣି ଥରେ ଟାରିଫ ଘୋଷଣା କରିବେ ଡୋନାଲ୍ଡ ଟ୍ରମ୍ପ । ସେହି କ୍ଷଣ ଠାରୁ ଲାଗୁ ହେବ ନୂଆ ଟାରି ଫ୍। ଆଜି ଆମେରିକା ସମୟ ଅପରାହ୍ଣ ୪ଟା ବେଳେ ରୋଜ୍ ଗାର୍ଡେନରେ ନୂଆ ଟାରିଫ ଘୋଷଣା କରିବେ ଟ୍ରମ୍ପ। ଭାରତ ସମେତ ଆଉ କିଛି ଦେଶ ଆମେରିକା ନିର୍ମିତ ସାମଗ୍ରୀ ଉପରେ ଲାଗୁ କରୁଥିବା ଟିକସର ସମାନ ପରିମାଣର ଟିକସ ଲାଗୁ କରିବାକୁ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେହିପରି ଏପ୍ରିଲ ୩ ତାରିଖରୁ ଅଟୋ ଶିଳ୍ପ ମଧ୍ୟ ସମାନ ଦଶା ଭୋଗିବାକୁ ଯାଉଛି । ଆମଦାନୀ ବିଦେଶୀ ଗାଡ଼ି ଉପରେ ୨୫ ପ୍ରତିଶତ ଟିକସ୍ ଲଗାଇବ ଆମେରିକା। ଏହାଦ୍ୱାରା ଭାରତ ସମେତ ଚୀନ, କାନାଡ଼ା ଭଳି ଦେଶ ପ୍ରଭାବିତ ହେବେ । ଆମେରିକାର ନୂଆ ଟାରିଫ ଲାଗିଲେ ବଶ୍ବକୁ ଆର୍ଥିକ ବିପର୍ୟ୍ୟୟ ମାଡ଼ି ଆସିବ ବୋଲି କୁହାଯାଉଛି । ଭାରତ ପାଇଁ ମହଙ୍ଗା ହେବ ଶକ୍ତି, ଭାରୀ ଯନ୍ତ୍ରାଂଶ ଆମଦାନୀ । ଶୁଳ୍କକୁ ନେଇ ଚିନ୍ତାରେ ନିବେଶକ। ସେୟାର ବଜାର ଧୂଳିସାତ। ୱାଲ୍ ଷ୍ଟ୍ରିଟ୍ ସହ ସମଗ୍ର ବିଶ୍ବବଜାର ନିମ୍ନମୁଖୀ ହୋଇଛି ।
ଆଜିଠୁ ଲାଗୁହେବ ଆମେରିକାର ନୂଆ ଟିକସ, ବିଶ୍ୱକୁ ମାଡି ଆସିବ ଆର୍ଥିକ ବିପର୍ଯ୍ୟୟ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











