ନୂଆଦିଲ୍ଲୀ : ମିଆଁମାରରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ଦୁଇଟି ଭୂମିକମ୍ପ ହୋଇଥିଲା, ଯେଉଁଥିରୁ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପର ତୀବ୍ରତା ୪.୭ ଥିଲା । ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି ( NCS) ଅନୁଯାୟୀ, ମଙ୍ଗଳବାର ଦିନ ଅପରାହ୍ନରେ ପ୍ରଥମ ଭୂମିକମ୍ପ ହୋଇଥିଲା, ଏହାପରେ ସନ୍ଧ୍ୟାରେ ୪.୫ ତୀବ୍ରତାର ଦ୍ବିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା । NCS ଅନୁଯାୟୀ, ପ୍ରଥମ ଭୂମିକମ୍ପର ତୀବ୍ରତା ୪.୭ ରେକ୍ଟର କରାଯାଇଥିଲା, ଯାହା ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪;୩୧ ରେ ହୋଇଥିଲା । ଭୂମିକମ୍ପର ତୀବ୍ରତା ଥିଲା ୪.୭ । ସନ୍ଧ୍ୟାରେ ଦ୍ବିୀୟ ଭୂମିକମ୍ପର ତୀବ୍ରତା ୪.୫ ଥିଲା, ଯାହା ଭାରତୀୟ ସମୟ ଅନୁସାରେ ରାତି ୮;୫୭ ରେ ରେକର୍ଡ କରାଯାଇଥିଲା । ହେଲେ ଏହି ଭୂମିକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତିର କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ରିପୋର୍ଟ ଆସିଛି । କିନ୍ତୁ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କ ମନରେ ଭୟ ଏବଂ ଚିନ୍ତା ରହିଛି ।
Views: 24