ଭୁବନେଶ୍ୱର : ୩ ମାସ ମଧ୍ୟରେ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଆଣିବେ ରାଜ୍ୟସରକାର । ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁମାନେ ଅଧିକ ବର୍ଷ ଜଗ୍ନନାଥଙ୍କ ଜମି ଜବରଦଖଲ କରିଥିବେ ସେମାନଙ୍କୁ ରିହାତିରେ ୧୦୦ ଡିସିମିଲ ଜାଗା ଯୋଗାଇଦେବେ ରାଜ୍ୟସରକାର । କୋରାପୁଟରେ ୨୭ ହଜାର ୪୧୦ ଏକର ଜଗନ୍ନାଥଙ୍କ ଜମି ଚିହ୍ନଟ ହୋଇଛି । ଜିଲ୍ଲାରେ ଯେଉଁଠି ଜଗନ୍ନାଥଙ୍କ ଜମି ଜବରଦଖଲ ହୋଇଥିଲା ତାକୁ ଦଖଲମୁକ୍ତ କରାଯାଇଛି । ଅନ୍ୟ ୨୪ଟି ଜିଲ୍ଲାରେ ୬୦ ହଜାର ୪୨୬ ଏକର ଜଗନ୍ନାଥଙ୍କ ଜମି ରହିଛି ।
Views: 28