ଭୁବନେଶ୍ୱର : ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ଦାବି କଲେ ବିଧାୟକ । ଉଭୟ ଶାସକ ଓ ବିରୋଧୀ ବିଧାୟକ ଦରମା ବୃଦ୍ଧି ଦାବି କରିଛନ୍ତି । ବିଧାୟକଙ୍କ ଦରମା ବୃଦ୍ଧି ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ଦାବି କରିଛନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସକୁ କାର୍ୟ୍ୟକାରୀ କରିବାକୁ ଦାବି କରିଛନ୍ତି ପ୍ରମିଳା । ବଜାର ଦର ଓ ମେଡିକାଲ୍ ଖର୍ଚ୍ଚ ବଢ଼ିଲାଣି । ତେଣୁ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଦାବି କରିଛନ୍ତି ।
Views: 20