ବ୍ୟୁରୋ /ଗଜପତି (ଅଜିତ କୁମାର ପରିଛା) : ପଞ୍ଚାୟତ କାର୍ୟ୍ୟାଳୟକୁ ଆସିବାକୁ ହେଲେ ଦଶରୁ ପନ୍ଦର କିଲୋମିଟର ଘାଟି ତଳକୁ ଓହ୍ଲାଇ ଚାଲି ଚାଲି ଆସିବାକୁ ପଡେ । ତେବେ ଯାଇ ମିଳେ ରେସନ ଚାଉଳ , ଭତ୍ତା ଓ ଅନ୍ୟାନ୍ୟ ସରକାରି ସୁବିଧା । ଆଉ ସେଦିନର ସମସ୍ତ କାର୍ୟ୍ୟ ବନ୍ଦ। ଏଭଳି ଗୋଟିଏ କି ଦୁଇଟି ଗାଁ ନୁହେଁ ପନ୍ଦର ଖଣ୍ଡ ଗ୍ରାମବାସୀ ପାହାଡ଼ ଉପରେ ବସବାସ କରୁଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ଚିତ୍ର ଆସିଛି ରାୟଗଡ଼ ବ୍ଳକ ଜିରାଙ୍ଗ ପଞ୍ଚାୟତରୁ ।
ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକର ଜିରାଙ୍ଗ ପଞ୍ଚାୟତରେ ରହିଛି ପନ୍ଦର ଗୋଟି ଗ୍ରାମ । ରାଶନକାର୍ଡ ସଂଖ୍ୟା ୧୧୯୦, ଲୋକସଖ୍ୟା ହେଲା ଚାରିହଜାରୁ ଉର୍ଦ୍ଧ । ଗାଲଣ୍ଡା, ଗୁରୁସାହି,ରଙ୍ଗ ପଥର, ବାରୁସିଂ ରାସିଵାଡ, ତାଲା ଭଲ ଓ ମୁକୁନ୍ଦପୁର ଏହି ସବୁ ଗ୍ରାମବାସୀ ପାହାଡ଼ ଉପରେ ବସବାସ କରୁଥିବା କାରଣରୁ ପ୍ରତ୍ୟେକ ଦିନ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ସେ ରେସନ ଚାଉଳ ହେଉ ଅବା ଭତ୍ତା କିମ୍ବା ସ୍ବାସ୍ଥ୍ୟ ସମସ୍ୟା ହେଉ କିମ୍ବା ଅନ୍ୟ କୈାଣସି ଆବଶ୍ୟକ ହେଲେ ବାଧ୍ୟ ହୋଇ ୧୫ କିଲୋମିଟର ଆସିବାକୁ ଯଦି ନ ଆସି ପାରିଲେ କଥା ସରିଲା। ହେଲେ ବାରମ୍ବାର ଅଭିଯୋଗ ପରେବି ପ୍ରଶାସନ ଏଯାବତ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ତେବେ ଏସମ୍ପର୍କରେ ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତାଙ୍କର କହିବା ହେଲା ରାଶନ ସାମଗ୍ରୀ ପଞ୍ଚାୟତରେ ବଣ୍ଟନ କରିବାର ସରକାରଙ୍କ ନିୟମ ରହିଛି ଯଦି ସେଭଳି ସମସ୍ୟା ହେଉଛି ତାହା ହେଲେ ଯଦି ଲିଖିତ ଅଭିଯୋଗ କରନ୍ତି ବିଚାରକୁ ନେଇ ପ୍ରଶାସନ ନିଷ୍ପତ୍ତି ନେବ । କଥାରେ ଅଛି ସାତ ମହଣ ଘିଅ ହେବ ରାଧା ନାଚିଵ । ସେହିଭଳି ଉକ୍ତି ଏବେ ଜିରାଙ୍ଗ ପଞ୍ଚାୟତରେ କେବଳ ରାସ୍ତା କଡର ଦୁଇଟି ଗ୍ରାମ ପାଈଁ ପଞ୍ଚାୟତ ରାସ୍ତା କଡରେ ଆଉ ୧୩ ଖଣ୍ଡ ଗ୍ରାମବାସୀ ପାହାଡ଼ ଉପରେ ତାଙ୍କ ବୁଝୁଛି କିଏ ।
ରାସନ ପାଇଁ ଚାଲି ଚାଲି ଯିବାକୁ ପଡେ ୧୫ କିମି …
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







