ନୂଆଦିଲ୍ଲୀ : ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଭୂମିକମ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମିକମ୍ପ ଯୋଗୁଁ ଘଟିଥିବା ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଭୂମିକମ୍ପ ପରେ ଉପୁଜିଥିବା ପରିସ୍ଥିତି ପାଇଁ ସେ ବହୁତ ଚିନ୍ତିତ। ସେ ସମସ୍ତଙ୍କ ସୁରକ୍ଷା ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି। ଏହି ଦୁଃଖର ମୁହୂର୍ତ୍ତରେ, ଭାରତ ମିଆଁମାର ଏବଂ ଥାଇଲ୍ୟାଣ୍ଡକୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରସ୍ତୁତ। ଏନେଇ ସେ ପ୍ରସ୍ତୁତ ରହିବାକୁ ତାଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, ବୈଦେଶିକ ମନ୍ତ୍ରାଳୟକୁ ମିଆଁମାର ଏବଂ ଥାଇଲ୍ୟାଣ୍ଡ ସରକାରଙ୍କ ସହିତ ଯୋଗାଯୋଗରେ ରହିବାକୁ ମଧ୍ୟ କୁହାଯାଇଛି।
Views: 28