ଭଦ୍ରକ : ପୋଖରୀରେ ମାଛ ଧରିବା ହେଲା କାଳ । ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟା ବନାପୁର ଗାଁରେ ଏଭଳି ଏକ ଘଟଣା ଘଟିଛି । ମୃତ ଯୁବକ ହେଉଛନ୍ତି ଦୁର୍ୟ୍ୟୋଧନ ଜେନା । ଗାଁ ପୋଖରୀରେ ମାଛ ଧରିବା ପାଇଁ ଇଲେକଟ୍ରିକ ମୋଟର ପମ୍ପରେ ପାଣି ନିଷ୍କାସନ କରାଯାଉଥିଲା ବେଳେ ପମ୍ପଟି ହଠାତ ଚାର୍ଜ ହୋଇ ଯାଇଥିଲା ।ଦୁର୍ୟ୍ୟୋଧନ ସେଠାରେ ପହଂଚି ପୋଖରୀକୁ ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଡାକ୍ତରଖାନା କୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭଣ୍ଡାରିପୋଖରୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 103