The Ultimate Managed Hosting Platform
ADVERTISEMENT

‘କିଲର୍‌’ ଲୁକ୍‌ରେ ନଜର ଆସିଲେ ରୁପାଲି, ଫଟୋ ଦେଖି ଫ୍ୟାନ୍ସ ହେଲେ ଫିଦା…

Facebook
Twitter
LinkedIn

ମୁମ୍ବାଇ : ବୋହୂରୁ ପାଲଟି ଗଲେଣି ଗ୍ଲାମର ଗାର୍ଲ। ଟେଲିଭିଜନର ‘ଅନୁପମା’ ଅର୍ଥାତ୍ ରୁପାଲି ଗାଙ୍ଗୁଲି ପୂରାପୁରି ବଦଳିଗଲେଣି । ଟ୍ରାଡିସନାଲ ଲୁକ୍‌ରେ ଫ୍ୟାନ୍‌ମାନଙ୍କୁ ଇମ୍ପ୍ରେସ କରୁଥିବା ୪୪ ବର୍ଷିୟ ଅନୁପମା ଓରଫ୍ ରୂପାଲି ଗାଙ୍ଗୁଲି ଏବେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ।

ନିଜର ନୂଆ ଲୁକ୍‌, ଷ୍ଟାଇଲ୍‌ରେ ଫ୍ୟାନ୍ସମାନଙ୍କର ହୋସ୍ ଉଡାଇଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଲଗାଇଲେ ନିଆଁ। ନିକଟରେ ଅଭିନେତ୍ରୀ ରୂପାଲି ଏଭଳି କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ହଳଦିଆ ରଙ୍ଗର ଆଉଟ୍‌ଫିଟ୍‌ରେ ନିଜ ଷ୍ଟନିଂ ଲୁକ୍ ଦେଖାଇଛନ୍ତି ରୁପାଲି ଗାଙ୍ଗୁଲି। ଫଟୋରେ ରୂପାଲିଙ୍କ ଲୁକ୍ ଆଉ ତାଙ୍କ ପୋଜ୍ ଏବଂ ଏକ୍ସପ୍ରେସନର ସବୁ କିଛି ଦର୍ଶକଙ୍କୁ କରୁଛି ମତୁଆଲା।

ଏହି ଆଉଟ୍‌ଫିଟ୍ ସହ ସ୍ୱତନ୍ତ୍ର ମେକ୍‌ଅପ୍ ମଧ୍ୟ ନେଇଛନ୍ତି ରୂପାଲି। ତାଙ୍କର ଏହି ଫଟୋରେ ଏବେ ଫ୍ୟାନ୍‌ମାନେ ଫିଦା ହୋଇଯାଇଛନ୍ତି। ଫଟୋରେ ଲାଇକ୍ ସହ ଖୁବ୍ କମେଣ୍ଟ ମଧ୍ୟ ଆସିଛି। ଅନେକ ୟୁଜର୍ସ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଟେଲି ଦୁନିଆର ପପୁଲାର ସିରିଏଲ୍ ‘ଅନୁପମା’ରେ ରୂପାଲିଙ୍କ ଅଭିନୟ ସମସ୍ତଙ୍କ ମନକୁ ଛୁଇଁ ଯାଇଛି। ସେ ତାଙ୍କ ଜବରଦସ୍ତ ଆକ୍ଟିଂରେ ଫ୍ୟାନ୍‌ମାନଙ୍କ ହୃଦୟ ଜିତିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ତାଙ୍କୁ ଏହି ସିରିଏଲ୍ ପାଇଁ ଦାଦାସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡରେ ଶ୍ରେଷ୍ଠ ସିରିଏଲ୍ ଅଭିନେତ୍ରୀ ରୂପେ ସମ୍ମାନୀତ ମଧ୍ୟ କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login