ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ବନ୍ୟଜନ୍ତୁ ଉଦ୍ଧାର, ପୁର୍ନବାସ ଏବଂ ସଂରକ୍ଷଣ କେନ୍ଦ୍ର, ବନତାରାକୁ ଉଦ୍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବନତାରାରେ ବିତାଇଥିବା କିଛି ସମୟର ଭିଡିଓ ଏବେ ଭାଇରଲ ହେଉଛି । ବନତାରାରେ ପ୍ରଧାନମନ୍ତ୍ରୀ ମୋଦି ଏସିଆ ସିଂହ, ଧଳା ସିଂହ, ଚିତାବାଘ ଏବଂ ଅନ୍ୟ ପ୍ରଜାତିର ଜନ୍ତୁ ପିଲାଙ୍କ ସହିତ ଖେଳୁଥିବାର ଭିଡିଓ ସାମ୍ନାକୁ ଆସିଛି । ମୋଦି ସିଂହ ଛୁଆଙ୍କୁ ଖାଦ୍ୟ ମଧ୍ୟ ଖୁଆଇଛନ୍ତି । ବନତାରା ହୋଇଥିବା ସିଂହ ଛୁଆକୁ ଖାଇବାକୁ ଦେଉଛନ୍ତି ମୋଦି । ସିଂହର ମା’କୁ ଉଦ୍ଧାର କରାଯାଇ ବନତାରାକୁ ଅଣାଯାଇଥିଲା ।
Views: 26