The Ultimate Managed Hosting Platform
ADVERTISEMENT

ମାଟ୍ରିକ ପରୀକ୍ଷା କେନ୍ଦ୍ର ବାହାରେ ପିଟାପିଟି

Facebook
Twitter
LinkedIn

ଆନନ୍ଦପୁର : ମାଟ୍ରିକ ପରୀକ୍ଷା କେନ୍ଦ୍ର ବାହାରେ ତୁମୁଳକାଣ୍ଡ । ଘସିପୁରା ଥାନା ଦେଓଗାଁ ସ୍ଥିତ ପରୀକ୍ଷା କେନ୍ଦ୍ର ବାହାରେ ହାତାହାତି । ବରିପାଳ ଓ ତରିମୁଳ ଗାଁ ଭିତରେ ଗଣ୍ଡଗୋଳ । ଜଣେ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଦେଓଗାଁ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟରୁ ଆସିଛି ଅଭିଯୋଗ । ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବା ବେଳେ ଛାତ୍ରଙ୍କୁ କପି ଦେବାକୁ କେନ୍ଦ୍ରକରି ଘଷିପୁରା ଥାନା ବରିପାଳ ଓ ତରିମୂଳ ଗାଁ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ସେଣ୍ଢେଇ ଛକରେ ଘଟଣାକୁ ନେଇ ବରିପାଳର ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଛି । ଆକ୍ରମଣରେ ବରିପାଳ ଗାଁର ଅଭିଷେକ ଦାସ ଗୁରୁତର ଏବଂ ସୌମ୍ୟ ରଞ୍ଜନ ଦାସ ଆହତ ହୋଇଛନ୍ତି । ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ପୋଲିସର ତନାଘନା ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...

ADVERTISEMENT
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...

Login