ଉଦଳା : ଜାଗର ପାଇଁ ଝିଅ ଘରକୁ ଯାଇଥିଲେ ମା । ଏତିକି ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୁତ୍ତ । ମହିଳା ଜଣକ ଆସି ଦେଖନ୍ତି ତ ଘର ଝରକା ଖୋଲା ଅଛି କବାଟ ଭଙ୍ଗା ଯାଇଛି । ଆଉ ଗଡ୍ରେଜ୍ ଖୋଲା ପଡ଼ିଛି । ତା ସହ ଟ୍ରଙ୍କର ଜିନିଷ ମଧ୍ୟ ଏତେତେଣେ ପଡ଼ିଛି । ଚାରିଆଡ଼େ ଲୁଗା ପଟା ପଡ଼ିଛି ଆଉ ଘର ସାରା ଛିନ୍ ଛତର ହୋଇ ପଡ଼ିଛି ଆସବାବ ପତ୍ର । ସୁନା ଜିନିଷର ଖୋଳ ପଡ଼ିଥିବା ବେଳେ ଭିତରୁ ସୁନା ଗାୟବ । ହଠାତ ଘରର ଏଭଳି ପରିସ୍ଥିତି ଦେଖି ଆଶ୍ଚର୍ୟ୍ୟ ହୋଇଯାଇଥିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କପ୍ତିପଦା ଥାନା ସୁଡ଼ସୁଡ଼ିଆ ଗ୍ରାମରେ । ଗ୍ରାମର କାହ୍ନୁଚରଣ ପାଣ୍ଡିଆଙ୍କ ସ୍ତ୍ରୀ ରୁଚିରା ପାଣ୍ଡିଆ ଶିବରାତ୍ରି ପାଇଁ ନିଜ ଝିଅ ଘର ଉଦଳାକୁ ଯାଇଥିଲେ । ଲୁଟେରାମାନେ ଘରେ କଳାକନା ବୁଲାଇ ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ୧୦ ହଜାର ଟଙ୍କା ଲୁଟିନେଇଥିବା ଜାଣିବାକୁ ପାଇଥିଲେ । ଯାହାପରେ ସର୍ବସ୍ୱାନ୍ତ ହୋଇଯାଇଛି ରୁଚିରାଙ୍କ ପରିବାର । ପରେ ଏ ନେଇ ସେ କପ୍ତିପଦା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟର ତରିକା ଦେଖି ଏଥିରେ ୪ ଜଣରୁ ଅଧିକ ଲୁଟେରା ସାମିଲ ଥିବା ପୋଲିସ ଅନୁମାନ କରିଛି । କିନ୍ତୁ ଏ ପର୍ୟ୍ୟନ୍ତ ପୋଲିସ ଲୁଟେରାଙ୍କ ସୁରାକ ପାଇନାହିଁ ।
ଘରେ କେହି ନ ଥିବାର ସୁଯୋଗ ନେଇ କଳାକଲା ବୁଲାଇଲେ ଦୁର୍ବୁତ୍ତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











