ଭୁବନେଶ୍ୱର : ରାଜ୍ୟ ବଜେଟରେ ସୁଭଦ୍ରା ଯୋଜନାକୁ ଗୁରୁତ୍ୱ । ୨୦୨୫-୨୬ ଆର୍ଥିକ ବର୍ଷରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧୪୫ କୋଟି ଟଙ୍କା ଓ ସୁଭଦ୍ରା ସୁରକ୍ଷା ଅଧୀନରେ ୧ ଶହ ୫୩ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର ମହିଳା ସଶକ୍ତିକରଣ ପାଇଁ ଐତିହାସିକ ଓ ପଥପ୍ରଦର୍ଶକ ସୁଭଦ୍ରା ଯୋଜନାକୁ ସଫଳତାର ସହ କାର୍ୟ୍ୟକାରୀ କରିଛନ୍ତି । ଏହା ଓଡିଶା ଇତିହାସର ସବୁଠାରୁ ବଡ ଯୋଜନା ଏବଂ ଓଡିଶା ବିକାଶ କାହାଣୀକୁ ପୁନଃଲିଖିତ କରିବା ପାଇଁ ଆମର ପ୍ରତିବଦ୍ଧତା ପ୍ରମାଣ , ଯେଉଁଥିରେ ମହିଳାମାନେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆମ ସମସ୍ତ ଯୋଗ୍ୟ ମହିଳାଙ୍କୁ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ଦେବୁ । ପ୍ରଥମଥର ପାଇଁ ୧ କୋଟି ୭ଲକ୍ଷରୁ ଅଧିକ ମହିଳା ନିଜ ନାମରେ ଏକ ଯୋଜନା ପାଇଁ ଆବେଦନ କରିବାକୁ ଘରୁ ବାହାରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧୪୫ କୋଟି ଟଙ୍କା ଓ ସୁଭଦ୍ରା ସୁରକ୍ଷା ଅଧିନରେ ୧ ଶହ ୫୩ କୋଟିର ପ୍ରସ୍ତାବ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବଜେଟ ୨୦୨୫ : ସୁଭଦ୍ରା ଯୋଜନାକୁ ଗୁରୁତ୍ୱ, ସୁଭଦ୍ରା ପାଇଁ ୧୦ ହଜାର ୧୪୫ କୋଟି

Facebook
Twitter
LinkedIn
Facebook
Twitter
LinkedIn
Recent News
ମହାପ୍ରସାଦରେ ବ୍ୟବହାର ହେବ ଜୈବିକ ଚାଉଳ
ପୁରୀ : ମହାପ୍ରସାଦରେ ରାସାୟନିକ ଯୁକ୍ତ ଚାଉଳ ବ୍ୟବହାର କୁ ନା' । ଚଳିତ ବର୍ଷ ପ୍ରଥମକରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ କୋଠ ଭୋଗରେ ଲାଗି ହେବ...
ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ
ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...
“ଅନୁପମା” ସିରିୟଲ ସୁଟିଂ ସେଟରେ ଭୟଙ୍କର ନିଆଁ
ମୁମ୍ବାଇ : ମୁମ୍ବାଇର ସୁଟିଂ ସେଟରେ ଭୟଙ୍କର ଅଗ୍ନିକାଣ୍ଡ । ଗୋରେଗାଓଁ ଫିଲ୍ମ ସିଟି ସୁଟିଂରେ ସେଟରେ ଅଗ୍ନିକାଣ୍ଡ । ଟିଭି ରିୟଲିଟି ଶୋ ଅନୁପମାର ସୁଟିଂ...
ସପାର ୩ ବିଧାୟକ ବିଦା
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...