ଭୁବନେଶ୍ୱର : ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ । ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଅଟକଳ । ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ କରିଛୁ । ପୁଞ୍ଜିନିବେଶ ଲାଗି ବାଟ ଫିଟିଛି । ୧୬ ଲକ୍ଷ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହେବ । ରାଜ୍ୟରେ ନିଯୁକ୍ତି ବଢିବ । ଓଡ଼ିଶାକୁ ବିକଶିତ କରିବା ଦିଗରେ ଆମେ କାମ କରୁଛୁ । ଆମେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛୁ । ସହରୀକରଣ ଯୋଜନା ଅଭିବୃଦ୍ଧିର ଇଞ୍ଜିନ କରିବୁ । ଚାଷୀଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ବନ୍ଦର ଭିତ୍ତିକ ବିକାଶ ଦିଗରେ ଆମେ କାମ କରୁଛୁ । ନୂଆ ଶିଳ୍ପ ଦିଗରେ ରାଜ୍ୟ ସରକାର ଅଗ୍ରସର ହେଉଛନ୍ତି । ମିଲେଟ୍ ଚାଷ ଲାଗି ୩୦ ଜିଲ୍ଲାରେ କାମ କରୁଛି । ଅଚଳ ଶୀତଳଭଣ୍ଡାର ଲାଗି ଆର୍ଥିକ ସହାୟତା ଦିଆଯିବ । ୨ ଶହ ୫୨ କୋଟି ଶୀତଳ ଭଣ୍ଡାର ଲାଗି ମିଳିବ । ନୂଆ ଶୀତଳ ଭଣ୍ଡାର ତିଆରି ପାଇଁ ଆମେ ପ୍ରକ୍ରିୟା ଆରମ୍ଭ କରିଛୁ । ଦକ୍ଷିଣ ଓ ପଶ୍ଚିମ ଅଂଚଳର କପା ଚାଷୀଙ୍କୁ ଗୁରୁତ୍ବ । ଉଦ୍ୟାନ କୃଷି ଚାହିଦା ବଢିଛି । ଜଳସେଚନ ପ୍ରକଳ୍ପର ବିକାଶ ଲାଗି ଯୋଜନା କରାଯାଇଛି । ଚାଷୀଙ୍କ ଆୟ ବଢାଇବା ଆମର ଲକ୍ଷ୍ୟ ।
ବଜେଟ ୨୦୨୫ : ଏଥର ୨ ଲକ୍ଷ ୯୦ ହଜାର କୋଟିର ବଜେଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











