ନୂଆଦିଲ୍ଲୀ : ରାଜସ୍ଥାନ କୋଟାର ଚମ୍ବଲରେ ଥିବା ଫର୍ଟିଲାଇଜର୍ସ କେମିକାଲ ଲିମିଟେଡରେ ଗ୍ୟାସ୍ ଲିକ୍ । ଏହି ଗ୍ୟାସ ଲିକର ଶିକାର ହୋଇଛନ୍ତି ସ୍କୁଲ ପିଲା । ୧୩ ଜଣ ସ୍କୁଲ ପିଲା ଅଚେତ ହୋଇପଡିଥିଲେ । ଏମାନଙ୍କୁ ହସପିଟାଲରେ ଆଡମିଟ୍ କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ଖବର ମୁତାବକ, କୋଟା-ବାରାଂ ହାଇୱେର ଗଢେପାନରେ ସିଏଫସିଏଲ କେମିକାଲ ଫ୍ୟାକ୍ଟ୍ରି ରହିଛି । ଏହି ଫ୍ୟାକ୍ଟ୍ରିରେ ଦ୍ବିପ୍ରହରରେ ହଠାତ୍ ଗ୍ୟାସ୍ ଲିକ୍ ହୋଇଥିଲା । ଗ୍ୟାସ୍ ଲିକ୍ ହେବା ପରେ ନିକଟରେ ଥିବା ଏକ ସ୍କୁଲର ପିଲାମାନେ ଅଚେତ ହୋଇପଡିଥିଲେ । ୧୩ ଜଣ ସ୍କୁଲ ପିଲା ଅଚେତ୍ ହୋଇପଡିଥିଲେ । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।
Views: 27