The Ultimate Managed Hosting Platform
ADVERTISEMENT

୯ ମାସ ବହୁତ ଯନ୍ତ୍ରଣାରେ ଥିଲି : ସୁର

Facebook
Twitter
LinkedIn

ଉୁବନେଶ୍ୱର : ୯ ମାସ ବହୁତ ଯନ୍ତ୍ରଣାରେ ଥିଲି କହିଲେ ସୁର ରାଉତରାୟ । କିଛି କୁଚକ୍ରୀ ମୋତେ ଷଡଯନ୍ତ୍ର କରି ନିଲମ୍ବନ କରିଥିଲେ । ଆଜି ମୋ ମନ୍ଦିରକୁ ଫେରିଲି । ବହୁତ ଖୁସି ଅଛି ବୋଲି କହିଲେ ସୁର । ଆଉ କନ୍ଦଳ ରହିବନି , ମିଳିମିଶି ସଂଗଠନ ପାଇଁ କାମ କରିବୁ । ସୁର ରାଉତରାୟଙ୍କ ଉପରୁ ନିଲମ୍ବନ ହଟାଇବା ପରେ ଆଜି ଘର ବାହୁଡା ହୋଇଛନ୍ତି । ସୁରଙ୍କ ସହ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ଉପସ୍ଥିତ ରହିଥିଲେ । ଘର ବାହୁଡା ପରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ ସୁର । କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଲେ । ଯୁବ କଂଗ୍ରେସକୁ ବିଶେଷ ଧନ୍ୟବାଦ ଜଣାଇଥିଲେ ସୁର । ଗତ ସାଧାରଣ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ୟ୍ୟ ପାଇଁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିଲେ ସୁର। ଗତକାଲି କଂଗ୍ରେସର ନିଲମ୍ବିତ କିମ୍ବା ବହିଷ୍କୃତ ନେତାଙ୍କ ଉପରୁ ଆଦେଶ ହଟିଥିଲା । ପିସିସି ସଭାପତି ଭକ୍ତଚରଣ ଦାସ ନିଲମ୍ବନ -ବହିଷ୍କୃତ ଆଦେଶକୁ ହଟାଇଥିଲେ । ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବିତ କିମ୍ବା ବହିଷ୍କୃତ ହୋଇଛନ୍ତି ସେମାନଙ୍କ ଉପରୁ ଆଦେଶ ପ୍ରତ୍ୟାହାର କରାଯାଇଛି । ଏହାସହ ଯେଉଁମାନେ କୌଣସି କାରଣରୁ ଦଳ ଛାଡ଼ିଛନ୍ତି ସେମାନଙ୍କୁ ମଧ୍ୟ କଂଗ୍ରେସକୁ ଫେରିଆସିବାକୁ ନିବେଦନ କରାଯାଇଛି । ପୂର୍ବରୁ ସୁର ୬ଥର ଜଟଣୀରୁ ବିଧାୟକ ହୋଇଥିବା ବେଳେ ବହୁ ଥର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login