ଭୁବନେଶ୍ୱର : ଅସ୍ମିତା ଶବ୍ଦକୁ ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ-ଅରୁଣ ମୁହାଁମୁହିଁ । ଅରୁଣଙ୍କ ଅସ୍ମିତା ଅର୍ଥ କଣ ପ୍ରଶ୍ମରେ ଉତ୍ତର ରଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ । ଓଡିଆ ଅଭିଧାନ ଆଧାରରେ ଅସିମତାର ଅର୍ଥ ବୁଝାଇଲେ ସୂର୍ଯ୍ୟବଂଶୀ । ଅସ୍ମିତା ବି ମୁଁ ପଣ, ଅହଂଜ୍ଞାନ, ମୁଁ ଭାବ, ଅଛି –ଏହି ଭାବ ଆତ୍ମ ପରିଚିତି । ଚଳନ୍ତି ଓଡିଆ ଅଭିଧାନରେ ଅସ୍ମିତା ଶବ୍ଦର ଅର୍ଥ ଓ ବ୍ୟାଖ୍ୟା ଦର୍ଶାଇଲେ । ବିଧାନସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଏଭଳି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପି ନିର୍ବାଚନ ଲଢ଼ିଥିଲା ଏବଂ ୨୪ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରିଥିଲା । ସେହି ପ୍ରସଙ୍ଗକୁ ନେଇ ରୋଚକ ହୋଇଛି ବିଧାନସଭା ପ୍ରଶ୍ନ ଉତ୍ତର । ତେବେ ସବୁଠୁ ବଡ଼ କଥା ହେଉଛି ଓଡ଼ିଆ ଅଭିଧାନକୁ ଉଦ୍ଧାର କରି ଅସ୍ମିତା ଶବ୍ଦକୁ ବ୍ୟାଖା କରିଛନ୍ତି ସୂରଜ ସୂର୍ୟ୍ୟବଂଶୀ। ସଂସ୍କୃତିମନ୍ତ୍ରୀ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ଅହଙ୍କାର ଯୋଗୁଁ ବିଜେଡି ଗଲା । ଏହା ମଧ୍ୟ ସଂସ୍କୃତି ମନ୍ତ୍ରୀ କହିଛନ୍ତି, ଅରୁଣ ସାହୁ ନିଜେ ମାନିଛନ୍ତି ଯେ ଅହଂଭାବ ଯୋଗୁ ବିଜେଡି ଯାଇଛି । ତେବେ ଆମେ ଓଡ଼ିଆ ଅସ୍ମିତାକୁ ମୁଦ୍ଦା କହି ତାକୁ ସଙ୍କୁଚିତ କରିପାରିବା ନାହିଁ । ଅସ୍ମିତା ଆଧାରରେ ସରକାର ଗଠନ ହୋଇଛି । ଓଡ଼ିଆ ଅସ୍ମିତା ଗୋଟିଏ ରାଜନୈତିକ ମୁଦ୍ଦା ନୁହେଁ । ଏହା ପ୍ରତ୍ୟେକଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡିତ । ତେଣୁ ଓଡ଼ିଆ ଅସ୍ମିତାକୁ କେବେ ବି ରାଜନୈତିକ ଅସ୍ତ୍ର ଭାବେ ଦେଖିବା ଉଚିତ୍ ନୁହେଁ । ଆମ ଅସ୍ତିତ୍ବର ଭାବରୁ ପ୍ରଦର୍ଶିତ କରିବା ହେଉଛି ଅସ୍ମିତା । ଏପରି ଓଡ଼ିଆ ଅସ୍ମିତାର ଅର୍ଥକୁ ସରଳ ଭାବେ ବୁଝାଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ।
ଅସ୍ମିତା ଶବ୍ଦକୁ ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ-ଅରୁଣ ମୁହାଁମୁହିଁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











