ଭୁବନେଶ୍ୱର : ପାଖେଇ ଆସୁଛି ପବିତ୍ର ଶିବରାତ୍ରୀ । ଆସନ୍ତା ୨୬ରେ ପଡୁଛି ଶିବରାତ୍ରୀ । ଏଥିପାଇଁ ସଜେଇ ହେଲାଣି ଶୈବ ପୀଠ । ମହାଶିବରାତ୍ରୀ ନେଇ ମଙ୍ଗଳବାର ଦିନ ଲିଙ୍ଗରାଜ ମନ୍ଦିର କାର୍ୟ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ । ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବୈଠକରେ କିଭଳି ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ସମ୍ପନ୍ନ ହେବା, ଠିକ୍ ସମୟରେ ମହାଦୀପ ଉଠିବା ଉପରେ ଗୁରୁତ୍ବ ଦେବା ସହ ଟ୍ରାଫିକ୍ ସୁପରିଚାଳନା, ପାଣି ଓ ବିଦ୍ୟୁତ୍ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ଆଦି ବିଷୟ ଉପରେ ବ୍ୟାପକ ଆଲୋଚନା ହୋଇଥିଲା ।
Views: 35