ନୂଆଦିଲ୍ଲୀ : ମହାକୁମ୍ଭରୁ ଫେରୁଥିବା ବେଳେ ଧକ୍କା ଦେଲା ବସ । ସଡକ ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି । ମଧ୍ୟପ୍ରଦେଶ ଜବଲପୁରରେ ମଙ୍ଗଳବାର ସକାଳେ ଘଟିଛି ଦୁର୍ଘଟଣା । ଶ୍ରଦ୍ଧାଳୁମାନେ ଏକ ଟ୍ରାଭେଲର୍ ଗାଡ଼ିରେ ପ୍ରୟାଗରାଜ ମହାକୁମ୍ଭରୁ ଆନ୍ଧ୍ରପ୍ରଦେଶ ଫେରୁଥିଲେ । ଜବଲପୁର କଲେକ୍ଟର ଦୀପକ କୁମାର ସକ୍ସେନା କହିଛନ୍ତି ଯେ ଦୁର୍ଘଟଣା ସକାଳ ପ୍ରାୟ ୮ଟା ୩୦ରେ ଜିଲ୍ଲା ମୁଖ୍ୟାଳୟରୁ ୬୫ କିଲୋମିଟର ଦୂର ସିହୋରା ସହର ନିକଟରେ ଘଟିଥିଲା । ଏଠାରେ ଏକ ଟ୍ରକ୍ ଏବଂ ଟ୍ରାଭେଲର୍ ମଧ୍ୟରେ ଧକ୍କାରେ ଆନ୍ଧ୍ରପ୍ରଦେଶର ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏହି ସମସ୍ତ ଲୋକ ମହାକୁମ୍ଭରେ ବୁଡ଼ ପକାଇ ଘରକୁ ଫେରୁଥିଲେ । ଦୁର୍ଘଟଣାର ଖବର ପାଇ ଜବଲପୁର କଲେକ୍ଟର ଏବଂ ପୋଲିସ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ, ସ୍ଥାନୀୟ ପ୍ରଶାସନ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀମାନେ ତୁରନ୍ତ ରେସକ୍ୟୁ କାର୍ୟ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୨ରୁ ୩ ଜଣ ଆହତ ହୋଇଥିବା ସୂଚନା ରହିଛି । ସେମାନଙ୍କୁ ପ୍ରଥମେ ସିହୋରା ତହସିଲର ସରକାରୀ ଡାକ୍ତରଖାନା ଏବଂ ପରେ ଜବଲପୁର ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି ।
ମହାକୁମ୍ଭରୁ ଫେରୁଥିବା ବେଳେ ଧକ୍କା ଦେଲା ବସ , ଚାଲିଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











